ଚର୍ଚ୍ଚାରେ ଦାମଙ୍କ ନାମାଙ୍କନ ! ବିରାଟ ଶୋଭାଯାତ୍ରା ପରିବର୍ତ୍ତେ ଏକୁଟିଆ ଆସିଲେ, ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଦାଖଲ କଲେ ପ୍ରାର୍ଥପତ୍ର

Advertisment
ଚର୍ଚ୍ଚାରେ ଦାମଙ୍କ ନାମାଙ୍କନ ! ବିରାଟ ଶୋଭାଯାତ୍ରା ପରିବର୍ତ୍ତେ ଏକୁଟିଆ ଆସିଲେ, ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଦାଖଲ କଲେ ପ୍ରାର୍ଥପତ୍ର

କନକ ବ୍ୟୁରୋ: ଜଗତସିଂହପୁରରେ ଗତକାଲି ବିଭିନ୍ନ ଦଳର ପ୍ରମୁଖ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଭିନ୍ନ ଦଳର ପ୍ରାର୍ଥୀ ଉତ୍ସାହର ସହ ଶୋଭାଯାତ୍ରାରେ ଆସିଥିବା ବେଳେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିନା ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରି ଚାଲି ଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅତ୍ୟନ୍ତ ନିରାଡମ୍ବର ଭାବରେ ଡାକ୍ତର ରାଉତ ଉପ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ପୂର୍ବ ନିର୍ବାଚନ ମାନଙ୍କରେ ନାମାଙ୍କନ ଦାଖଲ ବେଳେ ଦାମ ବିରାଟ ଶୋଭାଯାତ୍ରାରେ ଆସିଥାନ୍ତି। ହେଲେ ଏଥରକ ସେସବୁ ଦେଖିବାକୁ ମିଳି ନଥିଲା। କାଗତପତ୍ର ଓ ନିଜର ଆଇନ ପରାମର୍ଶଦାତାଙ୍କୁ ଧରି ଦାମ ଜିଲ୍ଲାପାଳଙ୍କ ପଡ଼ିଆରେ ପହଞ୍ଚି ସିଧା ଭିତରକୁ ଚାଲି ଯାଇଥିଲେ। ନାମାଙ୍କନ ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ସଂକ୍ଷେପରେ ଦେଇ ସେଠାରୁ ବାହାରି ଯାଇଥିଲେ।

publive-image

ଦାମ କହିଥିଲେ ଯେ, ଦୁର୍ନୀତି ବିରୋଧରେ କହିଲି ବୋଲି ତାଙ୍କୁ ଦଳରୁ କଢ଼ା ଯାଇଛି। ୩୫ ବର୍ଷ ବିଧାୟକ ରହିଥିଲେ ବି ତାଙ୍କ ଦେହରେ ଦୁର୍ନୀତି ଛିଟା ଲାଗି ନାହିଁ। ଏବେ ବିଜୁ ବାବୁଙ୍କ ନାମ ନେଇ ରାଜ୍ୟକୁ ଲୁଟ୍ କରାଯାଉଛି। ନିର୍ବାଚନ ଲଢ଼ିବା ବେଳେ ସେ ପ୍ରତିଦ୍ୱନ୍ଦୀ କିଏ ତାଙ୍କୁ ନଜର ଦିଅନ୍ତି ନାହିଁ। ନିଜ ନୀତିରେ ସେ ନିର୍ବାଚନ ଲଢ଼ିବେ। ଲୋକେ ଉଚିତ ନିଷ୍ପତ୍ତି ନେବେ ବୋଲି ଦାମ କହିଥିଲେ। ସେଠାରେ ଥିବା ବିଭିନ୍ନ ଦଳର କର୍ମୀ ଦାମଙ୍କ ପ୍ରତି ‘ଆପଣ ଖୁସି ତ ଟ୍ଟ ଏଥର ପ୍ରଶାନ୍ତ ବିଧାନ ସଭା ଯିବେ ତଟ୍ଟ’ ବୋଲି କହି ଟିପ୍ପଣୀ ଦେଇଥିଲେ ବି ସେ କିଛି ନ କହି ସେଠାରୁ ଚାଲି ଯାଇଥିଲେ। ଦାମ ଗତକାଲି ସର୍ବ ପ୍ରଥମେ ଆସି ନାମାଙ୍କନ ଦାଖଲ କରିଥିବା ବେଳେ ସବୁଠୁ ଶେଷରେ ଶୋଭାଯାତ୍ରାରେ ଆସି ତାଙ୍କ ପୁଅ ସମ୍ବିତ ରାଉତରାୟ ନାମାଙ୍କନ ଦାଖଲ କରିଥିଲେ।

publive-image

କାଳେ ପୁଅଙ୍କ ସହ ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଯିବ, ସେଥିପାଇଁ ଦାମ ଏଭଳି ତରବରରେ ପ୍ରଥମେ ଆସି ନାମାଙ୍କନ ଦାଖଲ କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe