କନକ ବ୍ୟୁରୋ: ଭବାନୀପାଟଣାବାସୀଙ୍କ ଭରସା ଜିତିବ କିଏ । କାହା ସପକ୍ଷରେ ଜନମତ ଦେବେ ଭବାନୀପାଟଣା ଭୋଟର । ଚଳିତଥର ଏହି ଆସନରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିଛି । ଗତ ୪ଟି ନିର୍ବାଚନରେ ରାଜ୍ୟର ୩ ପ୍ରମୁଖ ଦଳକୁ ବିଜୟ ଧ୍ୱଜା ଉଡାଇବାକୁ ଭବାନୀପାଟଣାବାସୀ ସୁଯୋଗ ଦେଇଥିବା ବେଳେ ଚଳିତ ଥର ଭବାନୀପାଟଣାରେ କାହାର ପଲା ଭାରି ରହିବ ତାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି ।

Advertisment

publive-image

ଭବାନୀପାଟଣା ବ୍ଲକ ଓ କେସିଙ୍ଗା ବ୍ଲକର କିଛି ଅଂଶକୁ ନେଇ ଗଠନ ହୋଇଛି ଭବାନୀପାଟଣା ନିର୍ବାଚନମଣ୍ଡଳୀ । ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅନାମ ନାଏକ ପ୍ରଥମ ଥର ବିଜେଡିକୁ ବିଜୟ ଭେଟି ଦେଇଥିଲେ । ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତଙ୍କୁ କଡା ଟକ୍କର ଦେଇ ବିଜୟ ଧ୍ୱଜା ଉଡାଇଥିଲେ ଅନାମ । କିନ୍ତୁ ପରିବର୍ତ୍ତୀ ସମୟରେ ପ୍ରତିଦ୍ୱନ୍ଦୀ ଦୁଷ୍ମନ୍ତ ବିଜେଡିରେ ଯୋଗଦେବା ସହ ବିଜେଡି ଟିକେଟ ହାତେଇଛନ୍ତି ଦୁଷ୍ମନ୍ତ ନାଏକ ।ସେପଟେ କଂଗ୍ରେସ ଟିକେଟରୁ ସାଗରଚରମ ଦାସ ଏବଂ ବିଜେପି ପାଇଁ ଚଳିତ ଥର ପ୍ରଦୀପ୍ତ ନାଏକ ମୈଦାନକୁ ଓହ୍ଲାଇଛନ୍ତି ।

୨୦୧୪ର ଲଢ଼େଇ

- ମୈଦାନରେ ଥିଲେ ମୋଟ ୧୭ ଜଣ ପ୍ରାର୍ଥୀ
- ମୋଟ୍ ଭୋଟର ସଂଖ୍ୟା- ୨ଲକ୍ଷ ୫ ହଜାର ୯୭୯
- ମତ ଦେଇଥିଲେ- ୧ ଲକ୍ଷ ୪୯ ହଜାର ୧୯୪
- ଭୋଟଦାନ ହାର-୭୨.୪୩%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଅନାମ ନାଏକ ବିଜେଡି ୫୪,୮୨୫ ୩୬.୭୫% ବିଜୟ
ଦୟାନିଧି ନାଏକ ବିଜେପି ୩୨,୪୪୯ ୨୧.୭୫% ପରାସ୍ତ
ଦୁଷ୍ମନ୍ତ ନାଏକ କଂଗ୍ରେସ ୪୪,୦୧୧ ୨୯.୫୦% ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ଅନାମ ନାଏକ
ଦଳ-ବିଜେଡି
ଭୋଟ- ୫୪,୮୨୫
ପ୍ରତିଶତ-୩୬.୭୫%
ଫଳାଫଳ- ବିଜୟ

ବିଜେପିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ଦୟାନିଧି ନାଏକ
ଦଳ-ବିଜେପି
ଭୋଟ-୩୨,୪୪୯
ପ୍ରତିଶତ-୨୧.୭୫%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ଦୁଷ୍ମନ୍ତ ନାଏକ
ଦଳ-କଂଗ୍ରେସ
ଭୋଟ- ୪୪,୦୧୧
ପ୍ରତିଶତ-୨୯.୫୦%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?

-ବିଜେଡି ପ୍ରାର୍ଥୀ ଅନାମ ନାୟକ ବିଜୟୀ ହୋଇଥିଲେ
- ୫୪ ହଜାର ୮୨୫ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ
-କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କୁ ପରାସ୍ତ କରିଥିଲେ
- ୧୦ ହଜାର ୮୧୪ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୧୪ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ର ଲଢ଼େଇ

- ମୈଦାନରେ ଥିଲେ ମୋଟ ୮ଜଣପ୍ରାର୍ଥୀ
- ମୋଟ୍ ଭୋଟର ସଂଖ୍ୟା- ୧ଲକ୍ଷ ୯୭ ହଜାର ୧୧୩
- ମତ ଦେଇଥିଲେ- ୧ ଲକ୍ଷ ୨୬ ହଜାର ୮୦୯
- ଭୋଟଦାନ ହାର-୬୪.୩୩%

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଜୟନ୍ତ କୁମାର ନାୟକ ବିଜେଡି ୨୫,୭୩୩ ୨୦.୩୦% ପରାସ୍ତ
ପ୍ରଦୀପ୍ତ ନାଏକ ବିଜେପି ୪୪,୦୨୦ ୩୪.୭୩% ପରାସ୍ତ
ଦୁଷ୍ମନ୍ତ ନାଏକ କଗ୍ରେସ ୪୬,୨୧୫ ୩୬.୪୭% ବିଜୟ

ବିଜେଡିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ଜୟନ୍ତ କୁମାର ନାଏକ
ଦଳ- ବିଜେଡି
ଭୋଟ-୨୫,୭୩୩
ପ୍ରତିଶତ-୨୦.୩୦%
ଫଳାଫଳ-ପରାସ୍ତ

ବିଜେପିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ପ୍ରଦୀପ୍ତ ନାଏକ
ଦଳ-ବିଜେପି
ଭୋଟ-୪୪,୦୨୦
ପ୍ରତିଶତ-୩୪.୭୩%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ଦୁଷ୍ମନ୍ତ ନାଏକ
ଦଳ-କଗ୍ରେସ
ଭୋଟ-୪୬,୨୧୫
ପ୍ରତିଶତ-୩୬.୪୭%
ଫଳାଫଳ- ବିଜୟ

କିଏ ମାରିଥିଲେ ବାଜି?

- କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ବିଜୟୀ ହୋଇଥିଲେ
- ୪୬ ହଜାର ୨୧୫ ଭୋଟ୍ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାଏକ ପରାସ୍ତ ହୋଇଥିଲେ
- ୨ ହଜାର ୧୯୫ ଭୋଟ୍ ବ୍ୟବଧାନରେ ଦୁଷ୍ମନ୍ତ ବିଜୟୀ ହୋଇଥିଲେ
- ୫ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ ବନାମ ୨୦୧୪

- ୨୦୧୪ରେ ବିଜେଡି ଓ ବିଜେପିର ପ୍ରାର୍ଥୀ ବଦଳିଥିଲେ
- ଜୟନ୍ତ କୁମାର ନାଏକଙ୍କ ସ୍ଥାନରେ ଅନାମ ନାଏକଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି
- ପ୍ରଦୀପ୍ତ ନାଏକଙ୍କ ବଦଳରେ ଦୟାନୀଧୀ ନାଏକଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
- କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ୨୦୦୯ରେ ବିଧାୟକ ଥିଲେ, ୨୦୧୪ରେ ୧୦ ହଜାରରୁ
ଅଧିକ ଭୋଟରେ ହାରିଗଲେ

୨୦୧୯ର ଲଢେଇ

ବିଜେଡି: ଦୁଷ୍ମନ୍ତ ନାଏକ
କଂଗ୍ରେସ: ସାଗରଚରଣ ଦାସ
ବିଜେପି: ପ୍ରଦୀପ୍ତ ନାଏକ

୨୦୧୯--ବିଜେଡି: ଦୁଷ୍ମନ୍ତ ନାଏକ

- ୨୦୦୯ରେ କଂଗ୍ରେସରୁ ବିଧାୟକ
- ୨୦୧୪ରେ କଂଗ୍ରେସରୁ ଲଢି ନିର୍ବାଚନ ହାରିଥିଲେ
- କିଛି ମାସ ହେଲା ବିଜେଡିରେ ମିଶି ଟିକେଟ୍ ପାଇଛନ୍ତି

୨୦୧୯-- କଂଗ୍ରେସ: ସାଗରଚରଣ ଦାସ

- ୨୦୧୯ ପାଇଁ କଂଗ୍ରେସର ନୂଆ ମୁହଁ
- ପୂର୍ବରୁ କୌଣସି ନିର୍ବାଚନ ଲଢିନାହାଁନ୍ତି
- ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଭକ୍ତଚରଣ ଦାସଙ୍କ ପୁଅ

୨୦୧୯--ବିଜେପି: ପ୍ରଦୀପ୍ତ ନାଏକ

- ୧୯୯୫ରୁ ୨୦୦୪ ଯାଏଁ ୩ ଥର ବିଧାୟକ
- ୨୦୧୪ରେ କଳାହାଣ୍ଡିରୁ ସାଂସଦ ଭାବେ ଲଢି ହାରିଥିଲେ
- ବରିଷ୍ଠ ନେତା ଏବଂ ଦକ୍ଷ ସଂଗଠକ

ମୈଦାନରେ ମହିଳା ପ୍ରାର୍ଥୀ

- କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

- ଭବାନୀପାଟଣା, କେସିଙ୍ଗା ଏବଂ ଭବାନୀପାଟଣା ବ୍ଳକର ୨୫ଟି ଗ୍ରାମ ପଂଚାୟତ ଏବଂ କେସିଙ୍ଗା ବ୍ଳକର ୧୭ଟି ଗ୍ରାମପଂଚାୟତକୁ ନେଇ ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ

ମୁହାଁମୁହିଁ ପ୍ରାର୍ଥୀ

- ବିଜେଡି ପ୍ରାର୍ଥୀ ଦୁଷ୍ମନ୍ତ ନାୟକ, ପୂର୍ବରୁ କଂଗ୍ରେସରୁ ବିଧାୟକ ଥିଲେ
- ୨୦୧୪ରେ ହାରିଥିଲେ ମଧ୍ୟ ଦୁଷ୍ମନ୍ତଙ୍କ ଲୋକପ୍ରିୟତା ରହିଛି
- ସାଗରଚରଣ ଦାସ ନିର୍ବାଚନରେ ନୂଆ ମୁହଁ ହେଲେ ବି ବାପା ଭକ୍ତଚରଣ ଦାସ
ଏବଂ କଂଗ୍ରେସର ବଡ ସଂଗଠନ ପାଖରେ ରହିଛି
-ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାଏକ ତିନି ତିନି ଥର ବିଧାୟକ ହୋଇଛନ୍ତି

ଭବାନୀପାଟଣା ବିଧାନସଭା ଆସନ

- ଅନୁସୂଚିତ ଜାତି(ଏସ୍ସି) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ୧୯୫୧ରେ ଗଠନ ହୋଇଥିଲା ଭବାନୀପାଟଣା ବିଧାନସଭା ଆସନ
- କଂଗ୍ରେସରୁ ଦୟାନୀଧି ନାଏକ ୪ ଥର ବିଧାୟକ
- ପ୍ରଦୀପ୍ତ କୁମାର ନାଏକ ୩ ଥର ବିଧାୟକ