କନକ ବ୍ୟୁରୋ: ଆସନ୍ତା ୧୮ ତାରିଖରେ ଓଡିଶାରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ଲୋକସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରିବେ ଜନତା । ତେବେ ବରଗଡ ଜିଲ୍ଲାର ଏକ ସୁଦୀର୍ଘ ଅଂଚଳ ପଡୋଶି ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ସୀମାନ୍ତକୁ ଲାଗି ରହିଛି । ଏହି ସୀମାନ୍ତ ଅଂଚଳରେ ରହୁଥିବା ଉଭୟ ପାଶ୍ୱର୍ର ଜନସାଧାରଣଙ୍କ ସାମାଜିକ, ପାରମ୍ପାରିକ ଚାଳିଚଳଣି ସମାନ ପ୍ରକାର ଦେଖିବାକୁ ମିଳିଥାଏ ।

Advertisment

publive-image

ବରଗଡ ଜିଲ୍ଲାର କିଛି ଉପାନ୍ତ ଅଂଚଳରେ ରହୁଥିବା ଜନସାଧାରଣ ଅନେକ ସମୟରେ ଛତିଶଗଡ ସହ ଉତଃପୃତ ଭାବରେ ଜଡିତ ରହୁଥିବାରୁ ଏହି ଅଂଚଳର ରାଜନୈତିକ ପାଣିପାଗ ଆମ ଅଂଚଳକୁ ମଧ୍ୟ ପ୍ରଭାବିତ କରିଥାଏ । ଗତ ନିର୍ବାଚନ ସମୟରେ ଛତିଶଗଡରେ ବିଜେପି ସରକାର ଥିବା ବେଳେ ଏବେ ସେଠାରେ ରହିଛି କଂଗ୍ରେସ ସରକାର । ତେବେ ପ୍ରଭାବ ଚଳିତ ନିର୍ବାଚନରେ ବରଗଡ ଜିଲ୍ଲାର ଉପାନ୍ତ ଅଂଚଳରେ କିପରି ରହିବ , ପଢନ୍ତୁ ଏହି ରିପୋର୍ଟ ।

publive-image

ଗତ ୨୦୧୭ରେ ହୋଇଥିବା ପଂଚାୟତ ନିର୍ବାଚନ ଓ ବିଜେପୁର ଉପନିର୍ବାଚନ ସମୟରେ ଛତିଶଗଡରେ ବିଜେପି ଦଳର ସରକାର ରହିଥିଲା । ସେହି ସମୟରେ ହୋଇଥିବା ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଯଥା ଚାଷୀଙ୍କୁ ଦିଆଯାଉଥିବା ବୋନସ,ଏକ ଟଙ୍କାରେ ଚାଉଳ ସହ ଡାଲି ଲୁଣ ଦିଆଯାଉଥିବା ,ଚାଷୀଙ୍କୁ ବିଭିନ୍ନ ପ୍ରକାରର ସହାୟତା ଏହି ସବୁ ଯୋଜନା ଓଡିଶାର ଜନସାଧାରଣଙ୍କୁ ପ୍ରବାଭିତ କରିଥିଲା ଓ ପଂଚାୟତ ନିର୍ବାଚନ ସମୟରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା । ପଡୋଶୀ ରାଜ୍ୟ ଛତିଶଗଡର ଅନେକ ସଂଖ୍ୟାରେ ନେତା ଓ କର୍ମୀ ମାନେ ଏହି ଅଂଚଳକୁ ପ୍ରଚାର ପ୍ରସାର ରେ ଆସି ଏଠାକାର ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥିଲେ ଏବଂ କିଛି ମାତ୍ରରେ ସଫଳ ମଧ୍ୟ ହୋଇଥିଲେ ।

publive-image

କିନ୍ତୁ ବର୍ତମାନ ଛତିଶଗଡରେ କଂଗ୍ରେସ ସରକାର ରହିଛି ଏବଂ ସରକାର ଗଠନର କିଛି ଦିନ ମଧ୍ୟରେ ସେଠାରେ ଧାନର ସହାୟକ ମୁଲ୍ୟ ବୃଦ୍ଧି କରାଯିବା ସହ ଚାଷୀଙ୍କ ଋଣଛାଡ କରାଯାଇଥିଲା । ଫଳରେ ଏହାର ପ୍ରତିଫଳନ ସିମାନ୍ତ ଅଂଚଳରେ କିଛି ମାତ୍ରାରେ ଦେଖିବାକୁ ମିଳୁଛି । କିନ୍ତୁ କଂଗ୍ରେସ ଏହି ପଡୋଶୀ ରାଜ୍ୟର ନେତାଙ୍କ ପ୍ରଚାରକୁ ଖଣ୍ଡନ କରିବା ସହ ଓଡିଶାରେ ଓଡିଶାର ରଣନିତି ନେଇ ଲଢିବୁ ଓ ଆମର ପ୍ରାର୍ଥି ଜଣେ ଜଣେ ଷ୍ଠାର ପ୍ରଚାରକ ତଥା ସେମାନେ ଘରଘର ଯାଇ ପ୍ରଚାର କରୁଛନ୍ତି । ଏହା ସହ ଓଡିଶାର ସିମାନ୍ତବର୍ତୀ ଅଂଚଳର ଜନସାଧାରଣଙ୍କ ବନ୍ଧୁବାନ୍ଧବ ଛତିଶଗଡରେ ରହିଛନ୍ତି ସେମାନେ ନିଜ ବନ୍ଧୁବାନ୍ଧବଙ୍କଠୁ ଛତିଶଗଡରେ ହେଉଥିବା ଉନ୍ନତ ମୂଳକ କାର୍ଯ୍ୟ ବିଷୟରେ ଜାଣୁଛନ୍ତି ତେଣୁ ପଡୋଶୀ ରାଜ୍ୟ ନେତାଙ୍କ ପ୍ରଚାରର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

publive-image image courtesy - updateodisha.com

ଗୋଟିଏ ସମୟରେ ଓଡିଶାର ପଶ୍ଚିିମାଂଚଳ ତଥା ପଶ୍ଚିମ ଓଡିଶା କଂଗ୍ରେସ ଦଳର ଗଡ ଭାବରେ ପରିଗଣିତ ହେଉଥିଲା । କିନ୍ତୁ ସମୟାନୁକ୍ରମେ କଂଗ୍ରେସ ରସାଭିମୁଖି ହେବା ସହ ଏହି ଅଂଚଳରେ ବିଜେପି ଦଳ ନିଜ ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇ ପାରିଥିଲା ଏବଂ ପଂଚାୟତ ନିର୍ବାଚନ ସମୟରେ ବିଜେପି ଏହି ଅଂଚଳରୁ ଅନେକ ସଫଳତା ମଧ୍ୟ ପାଇ ପାରିଥିଲା । କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ବିଜେପୁରରୁ ପ୍ରାର୍ଥୀ ହେବା ଘୋଷଣା ବିଜେପି ପାଇଁ ଏକ ମାଷ୍ଟଷ୍ଟ୍ରୋକ ସଦୃସ ହୋଇଛି । ଏବେ ଏଠାକାର ବିଜେଡି ନେତା ଓ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ନିର୍ବାଚନରେ ମଧ୍ୟ ଏହାର ପ୍ରତିଫଳନ ଦେଖିବକୁ ମିଳିବ ଏବଂ ବିଜେଡି ବରଗଡ ଲୋକସଭା ଆସନ ସହ ସମସ୍ତ ସାତଟି ବିଧାନସଭା କ୍ଷେତ୍ରରେ ବିଜୟୀ ହେବ ବୋଲି ବିଜେଡି ନେତା ଦୃଢତାର ସହ ପ୍ରକାଶ କରିଛନ୍ତି । ଅଂଚଳର ବୁଦ୍ଧିଜିବୀ ମାନେ ମଧ୍ୟ ଏହି ଅଂଚଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ରହିବା ସହିତ ଲୋକ ନିଜ ଅଂଚଳର ବିକାଶ କରୁଥିବା ନେତାକୁ ହିଁ ଭୋଟ ଦେବେ ବୋଲି ମତପ୍ରକାଶ କରିଛନ୍ତି ।

publive-image image courtesy - www.businesstoday.in

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଦେଖିବାକୁ ବାକି ରହିଲା ଏହି ଅଂଚଳର ଜନସାଧାରଣଙ୍କ ପଡୋଶୀ ରାଜ୍ୟର ରାଜନୈତିକ ପ୍ରଭାବ କେତେ ମାତ୍ରାରେ ପରିଲକ୍ଷୀତ ହେଉଛି ।