ଏକ୍ସିଟ୍ ପୋଲ୍ ପରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଧାରଣ କଲେ ମୌନ ବ୍ରତ ! ୬୩ ଘଣ୍ଟାର ମୌନବ୍ରତ ଧାରଣା କଲେ ସାଧ୍ୱୀ ପ୍ରଜ୍ଞା

212

ମଧ୍ୟପ୍ରଦେଶର ଭୋପାଲରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ସୋମବାର ସକାଳ ୬୩ ଘଣ୍ଟାର ମୌନବ୍ରତ ଧାରଣା କରିଛନ୍ତି । ଏହାପୂର୍ବରୁ ଲୋକସଭା ନିର୍ବାଚନ ୨୦୧୯ ରେ ସାଧ୍ୱୀ ପ୍ରଜ୍ଞାଙ୍କ କିଛି ବୟାନ୍ ରାଜନୈତିକ ବିବାଦ ଆଣିଦେଇଥିଲା ଯେଉଁଥିପାଇଁ ସେ କ୍ଷମା ପ୍ରାର୍ଥନା କରିଥିଲେ । ସାଧ୍ୱୀଙ୍କ ଜଣେ ସାଥି ଗଣମାଧ୍ୟମକୁ ସାକ୍ଷାତ କରି କହିଥିଲେ , ସେ ସୋମବାର ସକାଳ ୨୧ ପ୍ରହରର ମୌନ ବ୍ରତ ଧାରଣ କରିଛନ୍ତି । ପ୍ରଜ୍ଞା ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ଏହି କଥା କହିଥିଲେ ।

ଲୋକସଭା ନିର୍ବାଚନୀ ପ୍ରଚାର ସମୟରେ ମାଲେଗାଓଁ ବୋମା ବିସ୍ଫୋରଣର ଅଭିଯୋଗ ସାଧ୍ୱୀ ପ୍ରଜ୍ଞା ନିଜ ବୟାନରେ ରାଜନୈତିକ ମାହୋଲରେ ଗରମ ଆଣିଦେଇଥିଲେ । ତାଙ୍କର ଏକ ବୟାନରେ ସେ କହିଥିଲେ ମୁମ୍ବାଇ ଏଟିଏସ୍ ପ୍ରମୁଖ ହେମନ୍ତ କରକରେକୁ ସେ ଅଭିଶାପ ଦେଇଥିଲେ ଯାହାପରେ ଆତଙ୍କବାଦୀଙ୍କ ଗୁଳିରେ ତାଙ୍କର ଜୀବନ ଯାଇଥିଲା । ଏହାସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆନ୍ଦୋଳନ ସମୟରେ ବାବରୀ ମସଜିଦ୍ ର ଢାଞ୍ଚା ହଟାଇବା ହେବାରେ ଗର୍ବ ଅନୁଭବ କରିଥିବା କଥା କହି ସେ ଫସିଥିଲେ । ଏହାପରେ ସେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗଡସେଙ୍କୁ ଦେଶଭକ୍ତ କହିଥିଲେ । ତାଙ୍କର ଏହି ବୟାନକୁ ମଧ୍ୟ ସମସ୍ତେ ନିନ୍ଦା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହି କହିଥିଲେ ଯେ ପ୍ରଜ୍ଞା କ୍ଷମା ପ୍ରାର୍ଥନା କଲେ ମଧ୍ୟ ସେ ତାଙ୍କୁ ମନରୁ କ୍ଷମା କରିପାରିବେ ନାହିଁ ।