କନକ ବ୍ୟୁରୋ: ଚୀନରେ କରୋନା ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି। ସହରାଞ୍ଚଳରେ ସଂକ୍ରମଣ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବା ପରେ ଏବେ ଗ୍ରାମାଞ୍ଚଳରେ ସଂକ୍ରମଣ ଅଣାୟତ୍ତ ହୋଇଛି।

Advertisment

ଗ୍ରାମୀଣ ଚୀନରେ ଅନେକ ଡାକ୍ତର କହିଛନ୍ତି, ସେମାଏନେ ଜୀବନକାଳ ମଧ୍ୟରେ ଏଭଳି ସ୍ଥିତି କେ‌ବେ ଦେଖିନାହାନ୍ତି। ପୂର୍ବରୁ ମାସରେ ପ୍ରାଏୟ ୧୦୦ ରୋଗୀ କ୍ଲିନିକ ଆସୁଥିଲେ କିନ୍ତୁ ଡିସେମ୍ବରର ଦୁଇ ତିନି ଦିନରେ ୫୦୦ରୁ ଅଧିକ ରୋଗୀ କ୍ଲିନିକ ଆସିଛନ୍ତି। ସଂକ୍ରମଣ ବଢ଼ିବାରୁ ଗାଁଗୁଡ଼ିକରେ ସବୁଠାରୁ ଏକ ବଡ଼ ସମସ୍ୟା ହେଉଛି ଚିକିତ୍ସା ସମ୍ବଳର ଅଭାବ। ଚିକିତ୍ସା ସାମଗ୍ରୀ ଅଭାବରୁ ଅନେକ ଗ୍ରାମୀଣ କ୍ଲିନିକ ବନ୍ଦ ରହିଛି। ଏପରିକି ସହରତଳି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବି ଔଷଧ ଆସୁନି। ଗ୍ରାମୀଣ ଚୀନରେ ବୟସ୍କ ଏବଂ ଶିଶୁମାନେ ନିର୍ଦ୍ଦିଷ୍ଟ ଭାବେ ଜଟିଳ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଗ୍ରାମୀଣ ଚୀନରେ ବୟସ୍କ ଲୋକମାନେ ଆତ୍ମହତ୍ୟା କରିଦେଉଛନ୍ତି।

ସଂକ୍ରମଣଜନିତ ଚିନ୍ତାରେ ଅନେକ ବୟସ୍କ ଲୋକ କୀଟନାଶକ ଖାଇ ଆତ୍ମହତ୍ୟା କରିଦେଇଛନ୍ତି। ବୟସ୍କମାନେ ଅତି ଜଟିଳ ସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଭୃକ୍ଷେପ କରୁନାହାନ୍ତି।