କନକ ବ୍ୟୁରୋ : ଚାଉଳ ପାଇଁ ଟ୍ରଲିରେ ବୁହା ହେଲେ ବୃଦ୍ଧ। ୪୫ କେଜି ଚାଉଳ ପାଇଁ ୮୫ ବର୍ଷିୟ ସ୍ୱାମୀଙ୍କୁ ଟ୍ରଲିରେ ପଞ୍ଚାୟତ କାର୍ୟ୍ୟାଳୟକୁ ବୋହି ଆଣିଛନ୍ତି ପତ୍ନୀ। ବିଚଳିତ କରିବା ଭଳି ଏକ ଦୃଶ୍ୟ ଆସିଛି କୋରାପୁଟ ଜିଲ୍ଳା ନାରାୟଣପାଟଣା ବ୍ଳକରୁ। ନାରାୟଣପାଟଣା ସଦର ଚମ୍ପିକଂଟା ସାହିର ଲିଙ୍ଗୁ ଟ୍ରେପେକା ଗତ କିଛି ଦିନ ହେଲେ ଜ୍ୱରରେ ପୀଡିତ। ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ। ଖାଦ୍ୟ ପାଇଁ ସରକାରଙ୍କ ପକ୍ଷରୁ ମିଳୁଥିବା ୪୫ କେଜି ଚାଉଳ ନିହାତି ଆବଶ୍ୟକ। କିନ୍ତୁ ଅସୁସ୍ଥା କାରଣରୁ ୩ ମାସ ହେଲା ଚାଉଳ ପାଇଁ ପଂଚାୟତକୁ ଯାଇପାରିନାହାନ୍ତି ଲିଙ୍ଗୁ। ଏମାସରେ ବି ଅସୁସ୍ଥ । ଏପଟେ ଘରେ ଚାଉଳ ନାହିଁ । ସେପଟେ ସରକାରୀ ନିୟମ ମୁତାବିକ ଚାଉଳ ପାଇଁ ହିତାଧିକାରୀଙ୍କ ଟିପ ଚିହ୍ନ ଜରୁରି । ତେଣୁ ଚାଉଳ ପାଇଁ ଅସୁସ୍ଥତା ସତ୍ୱେ ବୃଦ୍ଧ ଦମ୍ପତିଙ୍କୁ ଏଭଳି ଯାତ୍ରା କରିବାକୁ ପଡ଼ିଛି । ଶହେ ଟଙ୍କାରେ ଟ୍ରଲିଟିଏ ଭଡ଼ା କରି ସ୍ୱାମୀକୁ ଟ୍ରଲିରେ ଶୁଆଇ ପଂଚାୟତ ଅଫିସର ଚାଉଳ ଗୋଦାମ ଗୃହକୁ ଆଣିଛନ୍ତି। ଚିତ୍ରକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି, ଆମ ବ୍ୟବସ୍ଥା କିପରି। ବୁଢ଼ାବୁଢ଼ିଙ୍କ ପାଇଁ ସରକାର ଅନେକ ଯୋଜନା କରିଥିବା କହୁଛନ୍ତି । ହେଲେ ତାର ବାସ୍ଥବତା କେତେ କଷ୍ଟଦାୟ ଏ ହେଉଛା ତାର ଗୋଟିଏ ମାତ୍ର ଚିତ୍ର।
ଚାଉଳ ପାଇଁ ଟ୍ରଲିରେ ବୁହାହେଲେ ବୃଦ୍ଧ । ଟିପ ଚିହ୍ନ ଦେଇ ୪୫ କେଜି ଚାଉଳ ପାଇଁ ବୃଦ୍ଧ ଦମ୍ପତିଙ୍କ ସଂଘର୍ଷ
/kanak/media/post_attachments/wp-content/uploads/2024/07/16-20.jpg)