୨୪ ଘଂଟା ପରେ ବି ମିଳୁନି ଶାଳିଆ ନଦୀରେ ଭାସିଯାଇଥିବା ବୃଦ୍ଧଙ୍କ ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

ଗତକାଲି ଗାଧୋଇବାକୁ ଯାଇ ଭାସିଯାଇଥିଲେ ବାଣପୁର ମାଣିକପୁର ଗାଁର ଚରଣ ବେହେରା

57

କନକ ବ୍ୟୁରୋ : ୨୪ ଘଂଟା ପରେ ବି ମିଳୁନି ଶାଳିଆ ନଦୀରେ ଭାସିଯାଇଥିବା ବୃଦ୍ଧଙ୍କ ପତ୍ତା । ଗତକାଲି ଗାଧୋଇବାକୁ ଯାଇ ଭାସିଯାଇଥିଲେ ବାଣପୁର ମାନିକିପୁର ଗାଁର ଚରଣ ବେହେରା । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧଙ୍କୁ ଖୋଜାଖୋଜି ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ବୃଦ୍ଧଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।

ଗତକାଲି ଠାରୁ ବାଣପୁର ଶାଳିଆ ନଦୀରେ ଭାସିଯାଇ ଜଣେ ୬୫ ବର୍ଷୀୟ ବ୍ୟକ୍ତି ନିଖୋଜ ହୋଇଛନ୍ତି । ବୃଦ୍ଧ ଜଣଙ୍କ ବାଣପୁର ମାଣିକପୁର ଗାଁର ଚରଣ ବେହେରା । ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୃଦ୍ଧ ଜଣଙ୍କ ଭାସିଯାଇଥଲେ । ଖବର ପାଇ ଦମକଳ ବାହିନୀ ନଦୀରେ ଖୋଜାଖୋଜି ଜାରି ରଖିଛି ।