କନକ ବ୍ୟୁରୋ : ୨୪ ଘଂଟା ପରେ ବି ମିଳୁନି ଶାଳିଆ ନଦୀରେ ଭାସିଯାଇଥିବା ବୃଦ୍ଧଙ୍କ ପତ୍ତା । ଗତକାଲି ଗାଧୋଇବାକୁ ଯାଇ ଭାସିଯାଇଥିଲେ ବାଣପୁର ମାନିକିପୁର ଗାଁର ଚରଣ ବେହେରା । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧଙ୍କୁ ଖୋଜାଖୋଜି ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ବୃଦ୍ଧଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।
ଗତକାଲି ଠାରୁ ବାଣପୁର ଶାଳିଆ ନଦୀରେ ଭାସିଯାଇ ଜଣେ ୬୫ ବର୍ଷୀୟ ବ୍ୟକ୍ତି ନିଖୋଜ ହୋଇଛନ୍ତି । ବୃଦ୍ଧ ଜଣଙ୍କ ବାଣପୁର ମାଣିକପୁର ଗାଁର ଚରଣ ବେହେରା । ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୃଦ୍ଧ ଜଣଙ୍କ ଭାସିଯାଇଥଲେ । ଖବର ପାଇ ଦମକଳ ବାହିନୀ ନଦୀରେ ଖୋଜାଖୋଜି ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/3-33.jpg)