କନକ ବ୍ୟୁରୋ : ଆପାର୍ଟମେଣ୍ଟର ଲିଫ୍ଟର ଫ୍ଲୋରରେ ବୃଦ୍ଧଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ ହାଇ-ଟେକ ପ୍ଲାଜାରେ । ଗତକାଲି ଏଭଳି ଦୁଃଖଦ ଦୁର୍ଘଟଣା ଘଟିଛି । ଆପାର୍ଟମେଣ୍ଟରେ ରହୁଥିବା ସୀମାଂଚଳ ମହାପାତ୍ର ଗତକାଲି ଦ୍ୱିତୀୟ ମହଲାରେ ଥିଲେ । ଏହି ସମୟରେ ସେ ଯିବା ପାଇଁ ଲିଫ୍ଟର ବଟନକୁ ଦବାଇଥିଲେ । ତେବେ ଲିଫ୍ଟ ଉପରେ ଥିଲେ ଏହାର କବାଟ ଖୋଲିଯାଇଥିଲା । ସୀମାଂଚଳ ଜାଣିନପାରି ଭିତରକୁ ଫସିଯାଇଥିଲେ । ଆଉ ଲିଫ୍ଟ ନଥିବାର ସେ ତଳକୁ ଖସିପଡିଥିଲେ । ଆଉ ଉପରୁ ଆସୁଥିବା ଲିଫ୍ଟ ତାଙ୍କ ଜୀବନ ନେଇଯାଇଥିଲା । ସେନସର କାମ କରୁନଥିବାରୁ ଏଭଲି ଅଘଟଣ ଘଟିଥିବା କୁହାଯାଉଛି । ଏଥିପାଇଁ ଆପାର୍ଟମେଣ୍ଟ ସୋସାଇଟିକୁ ଦାୟୀ କରିଛନ୍ତି ସୀମାଂଚଳଙ୍କ ପୁଅ ।
ଆପାର୍ଟମେଣ୍ଟ ଲିଫ୍ଟର ଫ୍ଲୋରରେ ଫଶି ବୃଦ୍ଧଙ୍କ ମୃତ୍ୟୁ । ଭୁବନେଶ୍ୱର ହାଇଟେକ ପ୍ଲାଜାରେ ଅଘଟଣ, କାମ କଲାନି ସେନସର
/kanak/media/post_attachments/wp-content/uploads/2022/01/30-17.jpg)