୪୮ ଘଂଟାର ଅପରେସନ, ମିଳିଲା ମୃତଦେହ : ୫ କିଲୋମିଟର ଦୂରରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଗାଧୋଇବାକୁ ଯାଇ ସାଳିଆ ନଦୀରେ ଭାସି ଯାଇଥିଲେ ବୃଦ୍ଧ

55

କନକ ବ୍ୟୁରୋ : ଶାଳିଆ ନଦୀରେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ୪୮ଘଣ୍ଟା ପରେ ଚରଣ ବେହେରାଙ୍କ ମୃତଦେହ ଉଦ୍ଧାର । ବାଣପୁର ବେଙ୍ଗରାଜ ପଲ୍ଲୀ ଗାଁ ନିକଟ ଶାଳିଆ ନଦୀରୁ ଉଦ୍ଧାର । ମାଣିକପୁର ନିକଟ ନଦୀରେ ଭାସିଯାଇଥିଲେ ବୃଦ୍ଧ । ନଦୀରେ ପାଖାପାଖି ୫କିମି ଦୂରରୁ ମୃତଦେହ ଉଦ୍ଧାର । ସୋମବାର ଦିନ ମାଣିକପୁର ଗାଁର ଚରଣ ବେହେରା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅକ୍ଲାନ୍ତ ପରିଶ୍ରମ ପରେ ମୃତ ଦେହ ଆଜି ଉଦ୍ଧାର କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ ତାରିଖ ସକାଳ ୬ଟାରେ ଚରଣ ବେହେରା ଶୌଚ ପାଇଁ ମାଣିକପୁର ଗ୍ରାମର ଜାମୁଆ ତୁଠ ମଧ୍ୟକୁ ଯାଇଥିବାବେଳେ ଜଳର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ସକାଳ ୭ଟାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରିନଥିଲା । ପରବର୍ତ୍ତୀ ସମୟରେ ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କିନ୍ତୁ ଦୀର୍ଘ ୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ଚରଣଙ୍କ ମୃତଦେହ ଉଦ୍ଧାର ହୋଇପାରିଛି ।