ଓଡିଶା ଅଭିମୁଖେ ବାହାରିଲା କରୋନା ଟିକା: କରୋନା ଟିକା ନେଇ ପୁଣେରୁ ବାହାରିଲା ଟିକା ବୋଝେଇ ବିମାନ; ସ୍ପାଇସଜେଟରେ ଆସୁଛି ୪ଲକ୍ଷ ୮ହଜାର ଡୋଜ୍

ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ରାଜ୍ୟ ଟିକା ସଂଗ୍ରହାଳୟରେ ରହିବ କୋଭିସିଲ୍ଡ ଟିକା

103

କନକ ବ୍ୟୁରୋ: ଟିକାକରଣ ନେଇ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଚିଂ ସ୍ଥିତି ପରଖିଛନ୍ତି । ଟିକା ପାଇଁ ଯେଉଁ ଅପେକ୍ଷା ଥିଲା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର  ୪୦ ହଜାର ୮ ଶହ ସିସି ଆସିବ । ଗୋଟିଏ ବୋତଲରୁ ୧୦ଟି ଡୋଜ ଦିଆଯାଇପାରିବ । ଯେଉଁ ଜିଲ୍ଲାରେ କୋଭିଡ ସ୍ଥିତି ସଂଗୀନ ଥିଲା  ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକସିନ ଷ୍ଟୋରରେ ଟିକା ପହଚିଂବା ପରେ ଜିଲ୍ଲାସ୍ତରକୁ ନେବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି ।କୋଭାକ୍ସିନ ମଧ୍ୟ ରାଜ୍ୟକୁ ୨୦ ହଜାର ଆସିବ ବୋଲି କେନ୍ଦ୍ର ସରକାର ଜଣାଇଥିବା ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସେକେଣ୍ଡ ଫେଜ ଡାଟା ପ୍ରସ୍ତୁତ କରିବା ଲାଗି ଗୃହ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଓ ଅର୍ବାନ ବିଭାଗକୁ ଚିଠି କରାଯାଇଛି । ଜାନୁଆରୀ ୨୫ ସୁଦ୍ଧା ଡାଟାବେସ  ପ୍ରସ୍ତୁତ କରାଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ବିଶ୍ୱ ମହାମାରୀ କରୋନାରୁ  ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି । କାରଣ ୧୩୦ କୋଟି ଲୋକଙ୍କ ଦେଶ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବଡ଼ ଧରଣର ଲଢେଇ ଆରମ୍ଭ ହେବାକୁ ଯାଉଛି। ଭାରତ ସରକାର ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ପ୪ରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଅନୁମତି ଦେବା ପରେ ୧୬ ତାରିଖରେ ଦେଶରେ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପୁଣେର ସିରମ ଇନଷ୍ଟିଚ୍ୟୁଟକୁ ଟିକ ଯୋଗାଇଦେବା ପାଇଁ କୁହାଯାଇଛି । କମ୍ପାନୀର ପୁଣେ ସ୍ଥିତ ଫ୍ୟାକ୍ଟ୍ରିରୁ ଦେଶର ବିଭିନ୍ନ ଭାଗକୁ  ଟିକା ପହଚାଂଇବା କାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଟିକା ପହଚିଂ ସାରିଥିବା ବେଳେ ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି କୋଭିସିଲ୍ଡ ଟିକା ।

ଅପରାହ୍ନରେ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ପହଚିଂବ ବୋଲି ସୂଚନା ମିଳିଛି । ରାଜ୍ୟ ଟିକାକରଣ କେନ୍ଦ୍ରରୁ ସିଧାସଳଖ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ଯିବ ଟିକା । ଆଉ ୯ଟି ଆଂଚଳିକ ଟିକା କେନ୍ଦ୍ରକୁ ଟିକା ଯିବନି । ଆସନ୍ତାକାଲି ସକାଳୁ  ବିଭିନ୍ନ ଜିଲ୍ଲାକୁ  ଟିକା ଯିବ । ୩୦ଟି ଜିଲ୍ଲାରୁ ଭ୍ୟାକସିନ ଗାଡି ଆସିବ ଟିକା ନେବା ପାଇଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଭାଇଲ । ଗୋଟିଏ ଭାଇଲରୁ ୧୦ ଜଣଙ୍କୁ ଟିକା ଦିଆଯାଇପାରିବ । ଅର୍ଥାତ ପ୍ରଥମ ଦଫାରେ ଆସୁଥିବା ଟିକା ୪ ଲକ୍ଷ ୮ ହଜାର ଲୋକଙ୍କୁ ଦିଆଯାଇପାରିବ ।   ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ସେପଟେ, ଭୁବନେଶ୍ୱର ବିମାନବନ୍ଦରରେ କୋଭିସିଲ୍ଡ ଟିକା ପହଚିଂବା ପରେ ଟିକାକୁ କେଉଁଠି ରଖାଯିବି ସେ ନେଇ  ବ୍ୟବସ୍ଥା କରାଯାଉଛି । ବିମାନବନ୍ଦରରେ କୋଲ୍ଡ ରୁମରେ ରହିବ ଟିକା । ୨ରୁ ୮ ଡିଗ୍ରୀ ତାପମାତ୍ରା ମଧ୍ୟରେ ଟିକା ରଖାଯିବ । ସଟଡାଉନ ଓ ଲକଡାଉନ ଯୋଗୁଁ କୋଲ୍ଡ ରୁମ ବନ୍ଦ ପଡିଥିବା ବେଳେ ଏବେ  କୋଲ୍ଡ ରୁମକୁ ସଫା କରି ଟିକା ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ।