ପର କରିଦେଲେ ୫ ପୁଅ : ପରିଣତ ବୟସରେ ଆଶ୍ରୟ ଓ ସାହାରା ପାଇଲେନି ବୃଦ୍ଧ

303

କନକ ବ୍ୟୁରୋ : ପର କରିଦେଲେ ୫ ପୁଅ । ଅସହ୍ୟ ହେଲା ପୁଅମାନଙ୍କ ଗାଳି । ପରିଣତ ବୟସରେ ଆଶ୍ରୟ ଓ ସାହାରା ଦେବା ବଦଳରେ ଦେଉଥିଲେ ଯନ୍ତ୍ରଣା । ପୁଅ ପର କରି ଦେବା ପରେ ଜଗତର ନାଥ ଜଗନ୍ନାଥ, କାଳିଆ ପୁଅ ପାଖକୁ ଚାଲିଲେ ଖୋର୍ଦ୍ଧାର ଭଗବାନ ସାହୁ । ଟାଙ୍ଗି ଦେଉଳପାଟଣା ଗାଁର ଭଗବାନ ସାହୁଙ୍କ ବୟସ ୮୮ ବର୍ଷ ।

ନ ଖାଇ ନ ପିଇ ଆଖିରେ ଆଖିଏ ଲୁହ ନେଇ ବର୍ଷାରେ ଭିଜି ଭିଜି ଭୁବନେଶ୍ୱର ପୁରୀ ଜାତୀୟ ରାଜପଥରେ ଯାଉଥିଲେ । ଏହି ସମୟରେ ସତ୍ୟବାଦୀର ଏକ ସାମାଜିକ ଅନୁଷ୍ଠାର କୁଶ ଚନ୍ଦ୍ରଙ୍କ ତତ୍ୱାବଧାନରେ ତାଙ୍କୁ ଉଦ୍ଧାର କରାଯାଇଛି । ପରିବାର ଲୋକଙ୍କ ନିର୍ଯାତନା ସହି ନପାରି ଘର ଛାଡି ପଳାଇ ଆସିଥିବା କହିଥିଲେ ଭଗବାନ । ୫ ପୁଅ ପର କଲା ପରେ କାଳିଆ ପୁଅ ପାଖକୁ ଯାଉଥିବା କହିଛନ୍ତି ଭଗବାନ ସାହୁ ।