ସୁନାବେଡା ଡିପି କ୍ୟାମ୍ପରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ

କପଡା ଶୁଖାଇବା ସମୟରେ ବିଜୁଳି ତାର ସଂସ୍ପର୍ଶରେ ଆସିଲେ ସ୍ୱାମୀ, ବଂଚାଇବାକୁ ଯାଇ ଲାଖିଗଲେ ସ୍ତ୍ରୀ

410

କନକ ବ୍ୟୁରୋ: ସୁନାବେଡା ଡିପି କ୍ୟାମ୍ପର ପୁଲିସ କଲୋନିରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ଚଂଚଲା ବିଶ୍ୱାଳ । ଆଜି ସକାଳେ ଗାଧୋଇ ସାରି ସୁଧାକର ଘର ପଛପଟେ ଥିବା ତାରରେ କପଡା ଶୁଖାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଏହାଦେଖି ତାଙ୍କ ସ୍ତ୍ରୀ ଚଂଚଳା ସ୍ୱାମୀଙ୍କୁ ବଂଚାଇବାକୁ ଆସି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା ।

ତେବେ ଘଟଣାସ୍ଥଳରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ସୁଧାକର ବିଶ୍ୱାଳ ସୁନାବେଡା ପୌରପରିଷଦରେ ଟେକ୍ସଟ କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ବାହାରେ ରହୁଛନ୍ତି ।