କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ହେବ ନାମକରଣ । ଭିମସାର ପକ୍ଷରୁ ଏକୋଇଶିଆରେ ଶିଶୁ ନାମକରଣ କରାଯିବ । ଏବେ ସେ ଭିମସାରରେ ଚିକିତ୍ସାଧୀନ ଅଛି । ମେଡିକାଲ ପକ୍ଷରୁ ଶିଶୁ ଏକୋଇଶିଆ ପାଳନ କରାଯିବ । ଦୁଇ ସପ୍ତାହ ପୂର୍ବରୁ ଲାରିପାଲି ଅଞ୍ଚଳରେ ଥିବା ୨୦ ଫୁଟର ବୋରୱେର ଭିତରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ।

Advertisment

ଓଡ୍ରାଫ୍, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାର ସଂଘର୍ଷ ପରେ ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଥିଲା । ପରେ ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସା ପରେ ସେ ପୁୁରା ସୁସ୍ଥ ଅଛି । ପୂର୍ବରୁ ଶିଶୁର ଶରୀରରେ ଦେଖାଯାଇଥିବା ସମସ୍ତ ପ୍ରକାରର ସମସ୍ୟା ଏବେ ଦୂର ହୋଇଛି । ସେ ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରୁଛି । ଶରୀରରେ ଥିବା ସବୁ କ୍ଷତ ଚିହ୍ନ ଶୁଖିବା ସହ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଥିବା ଡାକ୍ତରମାନେ କହିଛନ୍ତି । ଆଉ କିଛି ଦିନ ପରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରି ଜିଲ୍ଲା ପ୍ରଶାସନର ଜିମା ଦିଆଯିବ ।