କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଏକନାଥ ସିନ୍ଦେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସଂଘର୍ଷରୁ ଜୀବନ ଆରମ୍ଭ କରିଥିବା ସିନ୍ଦେ ଆଜି ଶିବସେନାର ଶୀର୍ଷ ନେତା । ମହାରାଷ୍ଟ୍ର ରାଜନୀତିରେ ଏବେ ସବୁଠାରୁ ଶକ୍ତିଶାଳୀ ନେତା । ଦିନେ ଅଟୋ ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିଲେ । ୧୬ ବର୍ଷର ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଅଟୋ ଚଲାଉଥିଲେ ।
ଟଙ୍କା ରୋଜଗାର ପାଇଁ ଏକ ମଦ ଫ୍ୟାକ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ୧୯୮୦ ମସିହାରେ ସେ ଶିବସେନାରେ ସାମିଲ ହୋଇଥିଲେ । ରାଜନୀତିକୁ ଆସିବା ପରେ ଖୁବ୍ କମଦିନରେ ଶିବସେନାର ଟାଣୁଆ ନେତା ହୋଇଥିଲେ । ୨୦୦୪ରେ ପ୍ରଥମ ଥର ବିଧାୟକ ହୋଇଥିଲେ ଏକନାଥ ସିନ୍ଦେ । ଶିବସେନାରୁ ଏକନାଥ ସିନ୍ଦେ ୪ ଥର ବିଧାୟକ ହୋଇଛନ୍ତି । ଏମଭିଏ ସରକାରରେ ସହରାଞ୍ଚଳ ବିକାଶ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ।
ବିଦ୍ରୋହୀ ବିଧାୟକଙ୍କ ପାଇଁ ଖର୍ଚ୍ଚ :-
- ଗୁଆହାଟୀର ପଞ୍ଚ ତାରକା ହୋଟେଲରେ ବିଦ୍ରୋହୀ ବିଧାୟକ
- ରାଡିସନ୍ ବ୍ଲୁ ହୋଟେଲରେ ୭ ଦିନ ପାଇଁ ବୁକ୍ ହୋଇଛି ରୁମ୍
- ରାଡିସନ୍ ବ୍ଲୁ ହୋଟେଲରେ ରହିଛି ମୋଟ୍ ୧୯୬ଟି ରୁମ୍
- ବିଦ୍ରୋହୀ ବିଧାୟକଙ୍କ ପାଇଁ ୭୦ଟି ରୁମ୍ କରାଯାଇଛି ବୁକ୍
- ଅନ୍ୟ ସବୁ ରୁମ୍ ବୁକିଂ ବନ୍ଦ କରିଛି ହୋଟେଲ ମ୍ୟାନେଜମେଣ୍ଟ
- କେବଳ ରୁମ୍ ପାଇଁ ଖର୍ଚ୍ଚ ହୋଇଛି ୫୬ ଲକ୍ଷ ଟଙ୍କା
- ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଦୈନିକ ୮ ଲକ୍ଷ ଖର୍ଚ୍ଚ
- ଚାର୍ଟଡ୍ ବିମାନରେ ଯାତାୟତ କରୁଛନ୍ତି ବିଧାୟକ
- ଅନ୍ୟାନ୍ୟ ଯାତାୟତ ପାଇଁ ବି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା