ମିଲିନ୍ଦ ଦେବଡାଙ୍କୁ ମିଳିଲା ଉପହାର, ରାଜ୍ୟସଭା ପ୍ରାର୍ଥୀ କଲା ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ । କିଛିଦିନ ପୂର୍ବେ କଂଗ୍ରେସ ଛାଡିଥିଲେ ମିଲିନ୍ଦ ।

ମିଲିନ୍ଦ ଦେବଡାଙ୍କୁ ମିଳିଲା ଉପହାର, ରାଜ୍ୟସଭା ପ୍ରାର୍ଥୀ କଲା ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ । କିଛିଦିନ ପୂର୍ବେ କଂଗ୍ରେସ ଛାଡିଥିଲେ ମିଲିନ୍ଦ ।

କନକ ବ୍ୟୁରୋ : ମିଲନ୍ଦ ଦେବଡାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଶିବସେନାର ସିନ୍ଦେ ଗୋଷ୍ଠୀ । ମିଲନ୍ଦ ଆସନ୍ତାକାଲି ଅଥାର୍ତ ଗୁରୁବାର ନାମାଙ୍କନପତ୍ର ଦାଖଲ କରିବେ । ଗତ କିଛି ଦିନ ପୂର୍ବେ ମିଲନ୍ଦ କଂଗ୍ରେସ ଛାଡି ଶିବସେନାର ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିଲେ । ଦେବଡା ଆସନ୍ତା ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମୈଦାନକୁ ଛାଡିଛି ସିନ୍ଦେ ଗୋଷ୍ଠୀ ।

କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଅଶୋକ ଚୌହ୍ୱାନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ । ଶିବସେନା ଓ ଏନସିପିରେ ଫାଟ ପରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏଭଳି ସ୍ଥିତିରେ ମହାରାଷ୍ଟ୍ରରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି । କଂଗ୍ରେସ, ବିଜେପି, ଏନସିପିର ଅଜିତ ପାୱାର ଗୋଷ୍ଠୀ, ଶିବସେନା ସିନ୍ଦେ ଗୋଷ୍ଠୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

ଅନ୍ୟପଟେ ବିଜେପିରେ ସାମିଲ ହେବା ପରେ ଅଶୋକ ଚୌହ୍ୱାଣ କହିଛନ୍ତି, ଆଜି ବି ବିଜେପି ସରକାର, ଆଗକୁ ବି ବିଜେପି ସରକାର ରହିବ । ତେଣୁ ଏଠାରେ ମୁଁ ମୋର ରାଜନୈତିକ ଅନୁଭବକୁ ବ୍ୟବହାର କରିବି । ନାନ୍ଦେଣ୍ଡରେ ୨ ଜଣ ଲୋକଙ୍କୁ ରାଜ୍ୟସଭା ପଠାଯାଇଥିବାରୁ ମୁଁ ବହୁତ ଖୁସି । ଆଗକୁ ଏଠାରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ସାଂସଦଙ୍କୁ ଦେଖିବାକୁ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe