ଶିବସେନା ରାଜନୀତିରେ ରୋଚକମୋଡ । ଏକନାଥ ସିନ୍ଦେ ହେଲେ ଶିବସେନା ବିଧାୟକ ଦଳ ନେତା ।

552

କନକ ବ୍ୟୁରୋ : ଶିବସେନା ରାଜନୀତିରେ ରୋଚକମୋଡ । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏଯାଏ ସମାଧାନର ବାଟ ଫିଟିନଥିବା ବେଳେ ଶିବସେନା ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ଚୟନ କରାଯାଇଛି । ତାଙ୍କ ନାଁ ନିଜେ ପ୍ରସ୍ତାବ ଦେଇଥିଲେ ଆଦିତ୍ୟ ଠାକରେ । ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏହା ସହ ସାଢେ ୩ଟା ବେଳେ ମହାରାଷ୍ଟ ରାଜ୍ୟପାଳ ଭଗତ ସିଂ କୋଷିୟାରିଙ୍କୁ ଭେଟିବ ଶିବସେନା । ଆଦିତ୍ୟ ଠାକରେ, ଏକନାଥ ସିନ୍ଦେ, ଦିବାକର ରାଉତେ ଓ ସୁବାସ ଦେଶାଇ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଆଦିତ୍ୟ ଠାକରେଙ୍କୁ ବିଧାୟକ ଦଳ ନେତା କରାଯିବା ନେଇ ଚର୍ଚ୍ଚା ଚାଲିଥିଲା ।