କନକ ବ୍ୟୁରୋ: ଉଦ୍ଧବ ଠାକରେଙ୍କ ପରେ ଏକନାଥ ସିନ୍ଦେ ଗୋଷ୍ଠୀକୁ ମିଳିଲା ନିର୍ବାଚନୀ ଚିହ୍ନ । ନିର୍ବାଚନ କମିଶନ ମଙ୍ଗଳବାର ସିନ୍ଦେ ଗୋଷ୍ଠୀକୁ ଦୁଇଟି ଖଣ୍ଡା ଓ ଢାଲ ଚିହ୍ନ ପ୍ରଦାନ କରିଛନ୍ତି । ନିକଟରେ ସିନ୍ଦେ ଗୋଷ୍ଠୀର ନାମକରଣ ‘ବାଲାସାହେବଂଚି ଶିବସେନା’ ଦିଆଯାଇଥିଲା । ମହାରାଷ୍ଟ୍ରରେ ନିଜକୁ ପ୍ରକୃତ ଶିବସେନା ଦାବି କରିଆସୁଥିବା ସିନ୍ଦେ ଗୋଷ୍ଠୀ ଦଳର ନିର୍ବାଚନ ଚିହ୍ନ ନିର୍ଦ୍ଧାରଣ ପାଇଁ ନିର୍ବାଚନ କମିଶନଙ୍କୁ ତିନୋଟି ପ୍ରସ୍ତାବ ଦେଇଥିଲେ । ଏହି ତିନି ଚିହ୍ନ ହେଉଛି, ସୂର୍ଯ୍ୟ, ଢାଲ ଏବଂ ଖଣ୍ଡା ଓ ବରଗଛ ।
ତେବେ ସିନ୍ଦେ ଗୋଷ୍ଠୀ ତରଫରୁ ସୂର୍ଯ୍ୟ ଚିହ୍ନକୁ ପ୍ରାଧାନ୍ୟ ଦେଇଥିଲେ । ଏହା ପୂର୍ବରୁ ସୋମବାର ଠାକରେ ଗୋଷ୍ଠୀ ପାଇଁ ଦଳର ନାଁ ଓ ନିର୍ବାଚନୀ ଚିହ୍ନ ଧାର୍ଯ୍ୟ କରିଥିଲେ ନିର୍ବାଚନ କମିଶନ । ଉଦ୍ଧବ ଗୋଷ୍ଠୀ ଦଳର ନାଁ ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ରଖାଯାଇଛି । ତେବେ ଉଦ୍ଧବଙ୍କ ଦଳକୁ ନିର୍ବାଚନୀ ଚିହ୍ନ ଭାବେ ଜ୍ୱଳନ୍ତ ମଶାଲ ବଂଟନ କରାଯାଇଛି । ସୂଚନା ଅନୁସାରେ, ମହାରାଷ୍ଟ୍ରରେ ରାଜନୈତିକ ସଂକଟ କାରଣରୁ ଉଦ୍ଧବ ଠାକରେଙ୍କ ନେତୃତ୍ୱଧୀନ ମହାବିକାଶ ଅଘାଡ଼ି ସରକାର ଭାଙ୍ଗି ଯାଇଥିଲା । ଯାହା ପରେ ଏକନାଥ ସିନ୍ଦେ ନିଜକୁ ପ୍ରକୃତ ଶିବସେନା ଦାବି କରି ବିଜେପି ସହଯୋଗରେ ମହାରାଷ୍ଟ୍ରରେ ସରକାର ଗଠଡ଼ କରିଥିଲେ । ସେପଟେ ନିଜକୁ ପ୍ରକୃତ ଶିବସେନା ଦାବି କରି ଠାକରେ ଗୋଷ୍ଠୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/uio.jpg)