ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି: କଂଗ୍ରେସ-ଏନସିପି ସହ ମେଂଟ ଭାଙ୍ଗିବାକୁ କହିଲେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ

228

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିଦ୍ରୋହୀ ଶିବସେନା ଏକନାଥ ସିନ୍ଦେ ତାଙ୍କ ଆଭିମୁଖ୍ୟକୁ ଆହୁରି କଡା କରିଛନ୍ତି । ବିଦ୍ରୋହୀ ଉଦ୍ଧବ ଠାକରେଙ୍କ ଆଗରେ ସର୍ତ ରଖିଛନ୍ତି । ଏକନାଥ ସିନ୍ଦେ କହିଛନ୍ତି, କଂଗ୍ରେସ- ଏନସିପି ସହ ମେଂଟ ଭାଙ୍ଗନ୍ତୁ ଉଦ୍ଧବ ଠାକରେ । ସେ କହିଛନ୍ତି, ଶିବସୈନିକଙ୍କ ଅସ୍ତିତ୍ୱକୁ ରକ୍ଷା କରିବାକୁ ହେଲେ ମେଂଟରୁ ବାହାରି ଆସିବା ଜରୁରୀ । ଗତ ଅଢେଇ ବର୍ଷ ମଧ୍ୟରେ ସରକାର ଦ୍ୱାରା କେବଳ କଂଗ୍ରେସ ଓ ଏନସିପି ଲାଭବାନ ହୋଇଛନ୍ତି । କିନ୍ତୁ ଶିବସୈନିକଙ୍କୁ କିଛି ଫାଇଦା ମିଳିନାହିଁ । ଏକନାଥ ସିନ୍ଦେ ୪୬ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି । ତେବେ ୩୪ ଶିବସେନା ବିଧାୟକଙ୍କ ହସ୍ତାକ୍ଷର ସମ୍ବଳିତ ଚିଠି ରାଜ୍ୟପାଳଙ୍କୁ ଦେଇଛନ୍ତି । ଏଭଳି ସଙ୍କଟ ସମୟରେ ଉଦ୍ଧବ ଠାକରେଙ୍କୁ ଭେଟି ପ୍ରାୟ ଏକ ଘଂଟା ଧରି ଆଲୋଚନା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଂଟା ଧରି ଆଲୋଚନା ହୋଇଛି । ଆଗର ରଣନୀତି ନେଇ ଆଲୋଚନା ହୋଇଛି ।