କନକ ବ୍ୟୁରୋ : ଉଦ୍ଧବ ଠାକରେ ସରକାରୀ ବାସଭବନ ଛାଡିବା ପରେ ମହାରାଷ୍ଟ୍ର ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ଉଦ୍ଧବଙ୍କ ସରକାରୀ ବାସଭବନରୁ ମାତୋଶ୍ରୀ ପର୍ଯ୍ୟନ୍ତ ଶିବସେନା କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଉଦ୍ଧବଙ୍କ ସପକ୍ଷରେ ନାରାବାଜି କରିଛନ୍ତି ତାଙ୍କ ସମର୍ଥକ । ଏପଟେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ସହଯୋଗୀ ଦଳ କଂଗ୍ରେସ ଏବଂ ଏନସିପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ଏକନାଥ ସିନ୍ଦେ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି ।
ତେବେ ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁୁ ୩୪ ଶିବସେନା ବିଧାୟକଙ୍କ ହସ୍ତାକ୍ଷର ସମ୍ବଳିତ ଚିଠି ରାଜ୍ୟପାଳଙ୍କୁ ଦେଇଛନ୍ତି । କିନ୍ତୁ ଶିବସେନା କହିଛି ସିନ୍ଦେଙ୍କ ସହ ଥିବା ୧୭ ବିଧାୟକ ମୁମ୍ବାଇ ଫେରିବାକୁ ପ୍ରସ୍ତୁତ ହୋଇରହିଛନ୍ତି । ସେପଟେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାବିସ୍ ଦଳୀୟ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି୧ । ଦଳ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି । ବିଜେପି ପାଖରେ ୧୦୬ ବିଧାୟକ ରହିଥିବା ବେଳେ ସରକାର ଗଠନ ପାଇଁ ଆଉ ୩୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/48en5868_eknath-shinde-with-supporters-in-guwahati-650_650x400_22_June_22.webp)