କନକ ବ୍ୟୁରୋ :ରାଜ୍ୟପାଳଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । ନୂଆ ସରକାର ବିରୋଧରେ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇଛି ବିଜେଡି । ବିଜେଡିର ଏଭଳି ପ୍ରତିବାଦକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ବିଜେଡି ଯେହେତୁ ବହୁତ ଦୁର୍ନୀତିରେ ଲିପ୍ତ ଥିଲେ ସେଥିପାଇଁ ତାଙ୍କ ପାଖରେ ସରକାରଙ୍କୁ କହିବା ଲାଗି କୌଣସି ପ୍ରସଙ୍ଗ ନାହିଁ । ତେଣୁ ମହାମହିମ ରାଜ୍ୟପାଳଙ୍କୁ ନେଇ ସେମାନେ ରାଜନୀତି କରିବା ଆରମ୍ଭ କରିଛନ୍ତି ।

Advertisment

ବାବୁ ସିଂ କହିଛନ୍ତି, ରାଜ୍ୟପାଳ ହେଉଛନ୍ତି ଦଳଠୁ ଉର୍ଦ୍ଧ୍ବରେ । ବିଜେପି ପୂର୍ବରୁ ବିରୋଧୀ ଦଳରେ ଥିଲେ ମଧ୍ୟ କେବେ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କୁ ନେଇ ରାଜନୀତି କରିନି । ଯଦି କେଉଁଠି କଣ ଭୁଲ ହୋଇଥିଲା ତାକୁ ନେଇ ରାଜ୍ୟପାଳ ଉକ୍ତ ପରିବାର ସିଧାସଳଖ ବସି ଆଲୋଚନା କରିଛନ୍ତି ।  ସେହି ଘଟଣାରେ ସମାଧାନର ବାଟ ବାହାରି ସାରିଛି । ଏହା ପରେ ବି ରାଜ୍ୟପାଳଙ୍କୁ ନେଇ ରାଜନୀତି କରିବା କେତେ ଦୂର ଠିକ ତାହା ଓଡିଶାବାସୀ ସବୁ ଦେଖୁଛନ୍ତି । ମୁଦ୍ଦା ବିହୀନ ରାଜନୀତି କରିବାକୁ ବିଜେଡି ଯେମିତି ଆଗେଇ ଆସିଛି ସେଥିରୁ କ୍ଷାନ୍ତ ରହିବାକୁ କହିଛନ୍ତି ବାବୁ ସିଂ ।