ଏକାମ୍ର ଉତ୍ସବରେ ମନ ଜିଣିଲେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ । ଜଗନ୍ନାଥଙ୍କ ଭଜନ ସହ ଓଡିଆ ଗୀତରେ ଝୁମିଲେ ଦର୍ଶକ ।

125

କନକ ବ୍ୟୁରୋ: ଭୁବନେଶ୍ୱରରେ ଚାଲିଥିବା ଏକାମ୍ର ଉତ୍ସବରେ ସମସ୍ତଙ୍କ ମନ ଜିଣିଲେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ । ଦୀର୍ଘ ସମୟ ଧରି ଜୋସର ସହ ମଂଚରେ ଓଡିଆ ଓ ହିନ୍ଦୀ ଗୀତ ଗାଇଥିଲେ ସୋନୁ ନିଗମ ଓ ତାଳେ ନାଚିଥିଲେ ଦର୍ଶକ । ଜଗନ୍ନାଥଙ୍କ ସହ ଭଜନ ସହ ଓଡିଶା ଫିଲ୍ମ ‘ସୁନାପଂଜୁରୀ’ର ହିଟ ଗୀତ ଗାଇଥିଲେ ସୋନୁ । ଗୀତ ଗାଇବା ସମୟରେ ଓଡିଆ ଗୀତ ଗାଇଡ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କୁ ଷ୍ଟେଜକୁ ଡାକିଥିଲ ସୋନୁ ନିଗମ । ମଂଚରେ ସୋନୁ ନିଗମକୁ ସମ୍ବର୍ଦ୍ଧିତ କରାଯାଇଥିଲା ।