ଏକାମ୍ରକାନନର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପ୍ରସଙ୍ଗ: ମୁଖ୍ୟ ଶାସନ ଅସିତ ତ୍ରିପାଠୀ ପ୍ରେସ ବିବୃତି ଜାରି କରି କହିଲେ, ଏହାର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

୫ଦଶନ୍ଧି ହେଲା ଖାଲି ପଡିଥିବା ଜମିକୁ ଦେଇଛି ଉଦ୍ୟାନ ବିଭାଗ

147

କନକ ବ୍ୟୁରୋ: ଏକାମ୍ର କାନନର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପ୍ରସଙ୍ଗରେ ପ୍ରେସ ବିବୃତ ଜାରି କରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏକାମ୍ର କାନନ ଭୁବନେଶ୍ୱରର ଏକ ପରିଚିତ ସ୍ଥାନ । ଏହାର ଉତମ ରକ୍ଷଣାବେକ୍ଷଣ ଓ ବିକାଶ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟଶାସନ ।

ଭୁବନେଶ୍ୱର ସ୍ଥିତ ଏକାମ୍ର କାନନର କିଛି ଜମି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଫେରାଇ ନେଇଛନ୍ତି ବୋଲି ଯେଉଁ ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି ତାହା ତଥ୍ୟ ଭିତିକ ନୁହେଁ ବୋଲି ସେ କହିଛନ୍ତି । ଜୟଦେବ ବିହାର ଓ ପାଇକ ନଗର ମଉଜାରେ ଉଦ୍ୟାନ ବିଭାଗ ଅଧିନରେ ଥିବା କିଛି ଅବ୍ୟବହୃତ ଖାଲି ଜମି ଉକ୍ତ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଅଧିକ ଫଳପ୍ରଦ ବ୍ୟବହାର ନିମନ୍ତେ ଫେରାଇ ଦେଇଥିବା ଜଣାପଡିଛି । ଏହି ଜମିର ଏକାମ୍ର କାନନ ସହିତ କୌଣସି ସମ୍ପର୍କ ନାହିଁ ।