ତୀବ୍ର ହେଲା ଏକାମ୍ର ବିଜେଡି କଳି: ଗୋଟିଏ ମଞ୍ଚରେ ବସିଲେ ଅଶୋକ ପଣ୍ଡା ଓ ବିରଞ୍ଚି ମହାସୁପକାର, ହେଲେ ବିଧାୟକଙ୍କ ନାଁ ନେଲେନି କର୍ପୋରେଟର

182

କନକ ବ୍ୟୁରୋ: ତୀବ୍ର ହେଲା ଏକାମ୍ର ବିଜେଡି କଳି । ଗୋଟିଏ ମଂଚରେ ଅଶୋକ ପଣ୍ଡା ଓ ବିରଂଚି ମହାସୁପକାର । ଅଶୋକଙ୍କୁ ଖୋଲା ବିରୋଧ କରି ବିଜେଡି କର୍ପୋରେଟର ବିରଂଚି ଏକାମ୍ର ଆସନ ପାଇଁ ଲବି କରୁଛନ୍ତି । ଶୁକ୍ରବାର ପୁୁରୁଣା ଭୁବନେଶ୍ୱର ଭଜନ ମଣ୍ଡପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିରଂଚି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁ ଧରିଲେ ନାହିଁ । ଏକାମ୍ର ବିକାଶର ଶ୍ରେୟ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଦେଇଛନ୍ତି ବିରଂଚି । କିଛି ଦିନ ତଳେ ଅଶୋକଙ୍କ ବିରୋଧରେ ସମାନ୍ତରାଳ ସଭା ବି କରିଥିଲେ । ନବୀନ ନିବାସ ଯାଇ ବାୟୋଡାଟା ବି ଦେଇସାରିଛନ୍ତି ।