ଭୋଟ୍ ଦେଉଛି ଓଡିଶା: କାହାର ହେବ ଏକାମ୍ର ଆସନ? ଜନତା ବାଛୁଛନ୍ତି ନେତା

85

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା । ତେବେ କିଛି ସ୍ଥାନରେ ଇଭିଏମରେ ସମସ୍ୟା ଦେଖାଦେବା କାରଣରୁ ମତଦାନରେ ବିଳମ୍ବ ଦେଖାଦେଇଥିବା ବେଳେ ଅନ୍ୟ ସବୁ ସ୍ଥାନମାନଙ୍କରେ ସୁରଖୁରରରେ ଚାଲିଛି ମତଦାନ । ତୃତୀୟ ଚରଣରେ ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭାରେ ଆଜି ଭୋଟ ପଡୁଛି । ତେବେ ୬ଟି ଲୋକସଭା ମଣ୍ଡଳୀରେ ଥିବା ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଏକାମ୍ର ବିଧାନସଭା କ୍ଷେତ୍ର ବେଶ ଗୁରୁତ୍ୱ ବହନ କରୁଛି ।

କାରଣ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସାତଟି ଯାକ ବିଧାନସଭା ଆସନ ବିଜୁ ଜନତା ଦଳ କବଜାରେ ରହିଛି। ତେବେ ବିଜୁ ଜନତା ଦଳ ପକ୍ଷରୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଅଶୋକ ଚନ୍ଦ୍ର ପଣ୍ଡା ଏକାମ୍ରରୁ ନିର୍ବାଚନ ଲଢୁଥିବା ବେଳେ ବିଜୁ ଜନତା ଦଳ ଛାଡ଼ି ଭାଜପାରେ ଯୋଗ ଦେଇଥିବା ବାବୁ ସିଂହ ଦଳୀୟ ପ୍ରାର୍ଥୀ ହୋଇଛନ୍ତି ଏକାମ୍ର ଭୁବନେଶ୍ୱର ଆସନରେ। ଅନ୍ୟପକ୍ଷରେ ରଶ୍ମୀରେଖା ମହାପାତ୍ର କଂଗ୍ରେସର ପ୍ରାର୍ଥୀ ଭାବେ ସେମାନଙ୍କ ବିରୋଧରେ ପୁଣି ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଏକ୍ରାମ ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୨୦ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୪୯ ହଜାର ୫୭୩
– ମତ ଦେଇଥିଲେ – ୧ ଲକ୍ଷ ୧୪ ହଜାର ୭୧୮
– ଭୋଟଦାନ ହାର – ୪୫.୯୭%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଅଶୋକ ଚନ୍ଦ୍ର ପଣ୍ଡା ବିଜେଡି ୬୬,୩୭୬ ୫୭.୮୬% ବିଜୟୀ
ଶିବାନନ୍ଦ ରାୟ କଂଗ୍ରେସ ୮,୧୪୮ ୭.୧୦% ପରାସ୍ତ
ଅମୀୟ ଦାସ ବିଜେପି ୨୯,୯୦୦ ୨୬.୦୬% ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡା ନିର୍ବାଚନ ଜିତିଥିଲେ
– ୬୬ ହଜାର ୩୭୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ଅମୀୟ ଦାସଙ୍କୁ ପରାସ୍ତ କରିଥିଲେ
– ୩୬ ହଜାର ୪୭୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୧୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ଅଶୋକ ଚନ୍ଦ୍ର ପଣ୍ଡା
କଂଗ୍ରେସ: ରଶ୍ମିରେଖା ମହାପାତ୍ର
ବିଜେପି: ବାବୁ ସିଂ

୨୦୧୯–ବିଜେଡି: ଅଶୋକ ଚନ୍ଦ୍ର ପଣ୍ଡା

– ୨ଥର ବିଧାୟକ
– ମନ୍ତ୍ରୀ ( ପର୍ଯ୍ୟଟନ )
– ବରିଷ୍ଠ ନେତା, ସଂଗଠକ
– ସାମ୍ବାଦିକରୁ ରାଜନେତା

୨୦୧୯– କଂଗ୍ରେସ: ରଶ୍ମିରେଖା ମହାପାତ୍ର

– ୨୦୦୯ରେ ପରାଜିତ ( ସ୍ୱାଧୀନ ପ୍ରାର୍ଥୀ )
– କଂଗ୍ରେସରେ ସାମିଲ
– ପ୍ରଥମଥର କଂଗ୍ରେସର ବିଧାନସଭା ପ୍ରାର୍ଥୀ

୨୦୧୯–ବିଜେପି: ବାବୁ ସିଂ

– ପୂର୍ବତନ ବିଜେଡି ସମ୍ପାଦକ
– ପୂର୍ବତନ ଯୁବ ବିଜେଡି ସଭାପତି
– ଟିକେଟ୍ ନମିଳିବାରୁ ବିଜେପିରେ ସାମିଲ
– ବିଜୁ ପଟ୍ଟନାୟକଙ୍କ ଅମଳରୁ ରାଜନୀତି ସହ ସଂପୃକ୍ତ

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଭୁବନେଶ୍ୱର ବ୍ଳକର ୫ଟି ଗ୍ରାମ ପଂଚାୟତ ଏବଂ ଭୁବନେଶ୍ୱରର ୱାର୍ଡ ନମ୍ବର ୧୨, ୧୪, ୧୫, ୩୦ରୁ ୩୪ ଏବଂ ୩୮ ଓ ୪୭କୁ ନେଇ ନିର୍ବାଚନମଣ୍ଡଳୀ ଗଠିତ
– ୨୦୦୯ରେ ଗଠିତ ନିର୍ବାଚନମଣ୍ଡଳୀ
– ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ବିଜେଡିର ଦବଦବା ରହିଛି
– ଅଶୋକ ଚନ୍ଦ୍ର ପଣ୍ଡା ୨ଥର ବିଧାୟକ