କନକ ବ୍ୟୁରୋ : ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେଲେ ଆମେ ଡାକ୍ତର ପାଖକୁ ଯାଉ ହେଲେ ଯେବେ ଆମ ମାନସିକ ସ୍ୱାସ୍ଥ୍ୟରେ ଅବନତି ଦେଖା ଦିଏ, ଏକଥା ଅନ୍ୟକୁ ଜଣାଇବା ପାଇଁ ଅମେ କୁଣ୍ଠାବୋଧ କରୁ । ଜୀବନର ବିଭିନ୍ନ ପାହାଚରେ ଅମେ ଅନେକ ସମସ୍ୟାର ସମ୍ମୁଖୀନ ହେଉ, ଏ ସମସ୍ୟା ମଧ୍ୟ ଠିକ ସେହି ଭଳି । ଏଥି ପାଇଁ ଅସହଜ ମନେ କରିବାର କୌଣସି କାରଣ ନାହିଁ   । ମିଳିତ ସହଯୋଗରେ ଏହାର ସମାଧାନ ହୋଇ ପାରିବ । ଲୋକ ମାନଙ୍କୁ ଏହି ଦିଗରେ ଅଧିକ ସଚେତନ କରିବା ପାଇଁ ସେପ୍ଟେମ୍ବର ୨୦୨୩ ଭୁବନେଶ୍ୱରଠାରୁ ଆରମ୍ଭ ହୋଇଥିଲା ଏକ ସୱାଲ ଟିମର ମାନସିକ ସଚେତନତା ଯାତ୍ରା ।

Advertisment

ଏକ ସୱାଲ ଟିମ୍ ଏହି ଅଭିଯାନ ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ଭିତରେ ମାନସିକ ସମସ୍ୟାକୁ ନେଇ ରହିଥିବା ସଂକୁଚିତ ମନୋଭାବକୁ ଦୂର କରିବାକୁ ଚେଷ୍ଟା ଜାରି ରଖିଛି । ଏ ଯାତ୍ରା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟପାଳଙ୍କ ସ୍ୱୀକୃତି ସହ ରୋଟାରୀ କ୍ଲବ ଅଫ ମେଡୋସ୍ ସହାୟତାରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଏହି ଅଭିଯାନକୁ ପୁରିଲାଣି ୩ ମାସ ଓ ଦୁଇ ଚକିଆ ଯାନରେ ପ୍ରାୟ ୧୦୦୦୦ କିଲୋମିଟର ଯାତ୍ରା କରି ୬ଟି ରାଜ୍ୟର ୧୭ଟି ସହରରେ ମାନସିକ ସ୍ୱାସ୍ଥ୍ୟ ସଚେତନତାକୁ ନେଇ କାର୍ଯ୍ୟକ୍ରର୍ମ ଆୟୋଜନ କରା ଗଲାଣି । ଏହା ଭିତରେ ୧୧ଟି ସ୍କୁଲ ୧୪ଟି କଲେଜ ଥିବା ବେଳେ ଗୋଟିଏ କର୍ପୋରେଟ ସଂସ୍ଥା ରହିଛି ।

ଓଡିଶା, ଆନ୍ଧ୍ରପ୍ରଦେଶ, ଭେଲୋର, ବେଙ୍ଗାଲୁରୁ, କନ୍ୟାକୁମାରୀ, ହାଇଦ୍ରାବାଦ କୋଚି ଓ ଚେନ୍ନାଇ ଭଳି ବିଭିନ୍ନ ସହରରେ ଏହି ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଚେନ୍ନାଇର ଷ୍ଟେଲା ମ୍ୟାରିସ କଲେଜ, କନ୍ୟାକୁମାରୀର ୧୪୫ ବର୍ଷ ପୁରୁଣା ହୋଲି କ୍ରସ ଅଟୋନୋମସ କଲେଜ, ତ୍ରିଭେନ୍ଦ୍ରମର ୧୨୫ ବର୍ଷ ପୁରୁଣା ମହିଳା ମହାବିଦ୍ୟାଳୟ ଆଦି ଏଥିରେ ସାମିଲ ହୋଇଥିିଲେ ।

ଅଭିଯାନରେ ଏକ ସୱାଲ ଟିମ ଦକ୍ଷିଣ ଭାରତର ଏନଆଇଏମଏଚଏସ ର ନିର୍ଦେଶକ ଡା. ପ୍ରତିମା ମୁର୍ତ୍ତୀ, ତାମିଲ ଇଣ୍ଡଷ୍ଟ୍ରିର ବଡ ଫିଲ୍ମ ନିର୍ମାତା ଅଭିରାମି ରାମନାଥନ ଓ ମନସ୍ତତ୍ୱବିଦ ନବୀନ ଭଳି ଅନେକ ଆନେକ ଜଣାଶୁଣା ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂସ୍ପର୍ଶର୍ରେ ଆସିବା ସହ ମାନସିକ ସଚେତନତା ନେଇ ବିଭିନ୍ନ ଆଲୋଚନା କରିଥିଲେ ।