କନକ ବ୍ୟୁରୋ : ଗ୍ରାହକ ବେଶରେ ଯାଇ ଡ୍ରଗ୍ସ ବେପାରୀଙ୍କୁ କାବୁ କଲା ପୋଲିସ । ବେଆଇନ ଡ୍ରଗ୍ସ କାରବାର ନେଇ ଖବର ପାଇବା ପରେ ପୋଲିସ ଲୁଙ୍ଗି ପିନ୍ଧି ଜଣେ ଡ୍ରଗ୍ସ ଗ୍ରାହକ ବେଶରେ ଭୁବନେଶ୍ୱର ସାଲିଆସାହିକୁ ଯାଇଥିଲା । ଏହି ସମୟରେ ବେଆଇନ ବ୍ରାଉନସୁଗାର ରଖିଥିବା ଜଣେ ମହିଳାଙ୍କୁ କାବୁ କରିଛି । ତାଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ୩୦୦ ପୁଡିଆ ବ୍ରାଉନସୁଗାର ଜବତ କରିଛି ।

Advertisment

ଏହି ବେଆଇନ କାରବାରରେ ଆଉ କେଉଁମାନେ ସଂପୃକ୍ତ ସେନେଇ ଅଧିକ ଖୋଲତାଳ ଚଳାଇଛି କମିଶନରେଟ ପୋଲିସ । ଗତକାଲି କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀ କରି କଟକ-ଭୁବନେଶ୍ୱର ଦ୍ୱୈତନଗରୀକୁ ବେଆଇନ ଡ୍ରଗ୍ସମୁକ୍ତ କରାଯିବ ବୋଲି କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।