ଡ୍ରଗ୍ସ ମାମଲା : ବଲିଉଡ ଅଭିନେତା ଏଜାଜ୍ ଖାନଙ୍କୁ ଏପ୍ରିଲ ୩ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇଲା କୋର୍ଟ

150

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଗିରଫ୍ ହୋଇଥିବା ବଲିଉଡ ଅଭିନେତା ଏଜାଜ୍ ଖାନଙ୍କୁ କୋର୍ଟ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇ ଦେଇଛି । ଏନସିବି ପକ୍ଷରୁ କୋର୍ଟକୁ କୁହାଯାଇଥିଲା କି ଏଜାଜ ଖାନଙ୍କ ହ୍ୱାଟସଆପ୍ ଚାଟରୁ ଏଭଳି ୨୨ ଟି ନୋଟ୍ ମିଳିଛି ଯାହା ପ୍ରମାଣ କରୁଛି କି ଏଜାଜଙ୍କର ଡ୍ରଗ୍ସ ମାମଲାରେ ସଂପୃକ୍ତି ରହିଛି । ଆମେ ଡ୍ରଗ୍ସ ସପ୍ଲାଅର ଓ ଏଜାଜ୍ ଖାନଙ୍କୁ ସାମ୍ନା ସାମ୍ନି ବସାଇ ପଚାର ଉଚରା କରିବାର ଆବଶ୍ୟକତା ରହିଛି । ଏନସିବି କୋର୍ଟଙ୍କ ଆଗରେ ଆହୁରି କହିଥିଲା କି ଏଜାଜ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଯେଉଁ ପ୍ରଭାବକୁ ସେ ଭୁଲ କାମରେ ପ୍ରୟୋଗ କରୁଛନ୍ତି । ଏନେଇ ଏଜାଜଙ୍କ ଓକିଲ କହିଥିଲେ କି ଏଜାଜଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନାହିଁ, ଯେଉଁ ଔଷଧ ମିଳିଛି ତାହା ଏଜାଜଙ୍କ ପତ୍ନୀଙ୍କର  ।

ଏନସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ବୁଧାବର ଦିନ ଏଜାଜ ସହରରେ ଥିବା ବିମାନବନ୍ଦର ନିକଟରେ ପହଂଚିଥିଲେ । ଏନସିବିର ମୁମ୍ବାଇ ଶାଖା ତରଫରୁ ତାଙ୍କୁ ସେଠାରୁ ପ୍ରଥମେ ହେପାଜତକୁ ନେଇଥିଲା । ଏହାସହ ଡ୍ରଗ୍ସ କାରବାରୀ ସାଟାବ୍ ବଟାଟାକୁ ପଚରା ଉଚରା ବେଳେ ସେ ଏଜାଜଙ୍କ ନାମ କହିଥିଲା । ଏହି ଆଧାରରେ ପ୍ରଥମେ ଏଜାଜଙ୍କୁ ପଚରା ଉଚରା କରାଯାଇଥିଲା ଓ ପରେ ଗିରଫ୍ କରାଯାଇଥିଲା ।