କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ରିଙ୍କୁ ସିଂଙ୍କୁ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚରେ ମୈଦାନରେ ଦେଖିବାକୁ ମିଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଭାରତ ପାଇଁ ସହଜ ହେବନି ସତ କିନ୍ତୁ ବିଦେଶ ମାଟିରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ରିଙ୍କୁ । ମ୍ୟାଚ୍ ପୂର୍ବରୁ ରିଙ୍କୁ ସିଂ କ୍ୟାମେରା ସାମ୍ନାରେ ଅନେକ ଅକୁହା କଥା କହିଛନ୍ତି ।
ମ୍ୟାଚ୍ ପୂର୍ବରୁ ବିସିସିଆଇ ପକ୍ଷରୁ ହୋଇଥିବା ସାକ୍ଷାତକାରରେ ରିଙ୍କୁ ସିଂ କହିଛନ୍ତି, ସେ ହନୁମାନଙ୍କର ପରମଭକ୍ତ । ସବୁବେଳେ ତାଙ୍କ ଭଜନ ଶୁଣିବାକୁ ପସନ୍ଦ କରନ୍ତି । ଏହାସହ ପଡିଆ ବାହାରେ ମଜା ମସ୍ତି କରିବାକୁ ଭଲ ପାଅନ୍ତି ବୋଲି କହିଛନ୍ତି ରିଙ୍କୁ । କାରଣ ଏହାଦ୍ୱାରା ସେ ମାନସିକ ଭାବେ ଠିକ୍ ରୁହନ୍ତି । ଏହାସହ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ସେହିଭଳି ଖେଳ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଭାରତ ପାଇଁ ଟି-୨୦ରେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରିବାକୁ ପଡୁଛି । ଏହି ନମ୍ବରରେ ବ୍ୟାଟିଂ କରିବା ବେଶ କଷ୍ଟକର । କାରଣ ଦଳର ଅଧା ଖେଳାଳୀ ପ୍ୟାଭିଲିୟନ ଫେରି ସାରିଥିବେ । ତେଣୁ ପାର୍ଟନରସିପ ସହ ଦଳ ପାଇଁ ରନ୍ ସଂଗ୍ରହ କରିବା ଚ୍ୟାଲେଞ୍ଜ ହୋଇଥାଏ । ଯେହେତୁ ମୁଁ ପ୍ରଥମରୁ ଏହି ସ୍ଥାନରେ ବ୍ୟାଟିଂ କରି ଆସୁଛି ତେଣୁ ଏହି ପରିସ୍ଥିତିରେ କାମ କରିବା ଏତେ କଷ୍ଟ ହୋଇନଥାଏ । ତେବେ ଏହି ସ୍ଥିତିରେ ଶାନ୍ତ ରହିବା ସହ ନିଜ ଉପରେ ବିଶ୍ୱାସ ରଖିବା ସବୁଠୁ ବଡ କଥା ବୋଲି କହିଛନ୍ତି ରିଙ୍କୁ । ଯାହାଦ୍ୱାରା ବ୍ୟାଟିଂ ବେଳେ ଏହା ସହାୟକ ହୋଇଥାଏ ।
First practice session in South Africa 👍
Interaction with Head Coach Rahul Dravid 💬
Fun, music & enjoyment with teammates 🎶In conversation with @rinkusingh235 👌 👌 - By @RajalArora
P. S. - Don't miss @ShubmanGill's special appearance 😎
Full Interview 🎥 🔽 #TeamIndia |… pic.twitter.com/I52iES9Afs
— BCCI (@BCCI) December 9, 2023
ଏହି ସାକ୍ଷାତକାରରେ ରିଙ୍କୁ କହିଛନ୍ତି, ହନୁମାନଙ୍କୁ ସେ ବେଶ ମାନନ୍ତି ଏବଂ ତାଙ୍କ ଭଜନ ଶୁଣନ୍ତି । ଏହାସହ ନିଜର ଏକ ଅକୁହା କଥା ମଧ୍ୟ ବଖାଣିଛନ୍ତି । ଛୋଟବେଳେ ତାଙ୍କୁ ହାତରେ ମାଙ୍କଡ କାମୁଡିଥିଲା ବୋଲି କହିଛନ୍ତି । ରିଙ୍କୁ କେବଳ ପ୍ରଭୁ ହନୁମାନଙ୍କ ଭକ୍ତ ନୁହଁନ୍ତି ବରଂ ହିନ୍ଦୁ ଧର୍ମର ଅନ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଭଗବାନଙ୍କ ଉପରେ ରିଙ୍କୁଙ୍କର ପ୍ରଗାଢ ବିଶ୍ୱାସ ରହିଛି । ଯାହାର ପ୍ରମାଣ ପୂର୍ବରୁ ଦେଖିବାକୁ ମିଳିଛି । ଏସିଆନ୍ ଗେମ୍ସ ଖେଳିବାକୁ ଯିବା ପୂର୍ବରୁ ଏକ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ କରିଥିଲେ ରିଙ୍କୁ ।
ଅତି ଗରିବ ପରିବାରରୁ ଆସିଥିବା ରିଙ୍କୁ ଦୀର୍ଘଦିନର ସଂଘର୍ଷ ପରେ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିବା ଆରମ୍ଭ କରିଛନ୍ତି । କିନ୍ତୁ ନିଜର ଅତୀତକୁ ଆଦୌ ଭୁଲିନାହାନ୍ତି ରିଙ୍କୁ । ତାଙ୍କ ଭଳି ଯେପରି ଅନ୍ୟ କେହି ସମସ୍ୟାରେ ନ ପଡନ୍ତୁ ସେଥିପାଇଁ ସବୁବେଳେ ସାହାଯ୍ୟର ହାତ ବଢାଇ ଆସିଛନ୍ତି ରିଙ୍କୁ । ଗରିବ ପିଲାଙ୍କ ପାଇଁ କ୍ରିକେଟ ଏକାଡେମୀ ଓ ହଷ୍ଟେଲ ଖୋଲିବାକୁ ୫୦ ଲକ୍ଷ ଟଙ୍କାର ଦାନ କରିଥିଲେ ରିଙ୍କୁ । ସେତେବେଳେ ରିଙ୍କୁଙ୍କର ଏଭଳି ପ୍ରୟାସକୁ ବେଶ ପ୍ରଂଶସା କରିଥିଲେ କ୍ରିକେଟପ୍ରେମୀ ।