କନକ ବ୍ୟୁରୋ : କଟକ ଜିଲ୍ଲା ବାଙ୍କିରେ ମହାନଦୀ ଭିତରେ ଫସିଛନ୍ତି ହାତୀ ପଲ । ବାଙ୍କିର ଭଗିପୁର ମହାନଦୀ ପଠାରେ ଏହି ହାତୀ ପଲ ପାଣି ଭିତରେ ଫସି ରହିଛନ୍ତି । ପାଣି ଭିତରେ ପ୍ରାୟ ୧୮ଟି ହାତୀ ଥିବା ଜଣାପଡିଛି । ହାତୀପଲ ଆଠଗଡ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ମହାନଦୀ ପଠାରେ ଫସି ରହିଛନ୍ତି । ରାତିରେ ହାତୀ ପଲ ଆସୁଥିଲେ । ସକାଳ ହେବା ପରେ ହାତୀପଲ ନଦୀ ପାର ହୋଇ ଆସିବାରେ ବାଧା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଭଗିପୁର ବନବିଭାଗ ପହଁଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।/kanak/media/post_attachments/wp-content/uploads/2020/09/4-19-300x169.jpg)
ସେପଟେ ସୁନ୍ଦରଗଡ ଗାଁରେ ମଧ୍ୟ ହାତୀପଲ ପଶିଥିବାର ଦେଖିବାକୁ ମିଳିଛି । ସାନପତ୍ରାପାଲି ସେକ୍ସନ କୁକୁରଡିହି ଅଂଚଳରେ ୧୭ଟି ହାତୀ ଏକାଠି ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି । ଅଂଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ୫ଟି ଘର ବି ଭାଙ୍ଗି ଦେଇଛନ୍ତି ହାତୀପଲ । ଗତକାଲି ରାତିରେ କାଁକେରଜୁରା ଏବଂ କୁଳବା ଗାଁ ନିକଟରେ ଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ହାତୀଙ୍କୁ ଘଉଡାଇବାରେ ସଫଳ ହୋଇଛନ୍ତି । ତେବେ ବନବିଭାଗକୁ ଏଥିରେ ନାକେଦମ୍ ହେବାକୁ ପଡିଛି । ଏହି ହାତୀପଲରେ ଅଛନ୍ତି ମାଈ ହାତୀ, ଦନ୍ତା ହାତା ଓ ଛୁଆ ହାତୀ । ବର୍ତମାନ ଧାନ ଫସଲ ସମୟରେ ଛତିଶଗଡ ପଟୁ ଏହି ହାତୀ ପଲ ସୁନ୍ଦରଗଡ ଜିଲ୍ଲାରେ ଆତଙ୍କ ମଚାଇଛନ୍ତି । ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/9-15.jpg)