ମାଉଣ୍ଟ ଏଲବ୍ରସରେ ସର୍ବକନିଷ୍ଠ ଆରୋହୀ : ୫୬୪୨ ମିଟର ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଆନ୍ଧ୍ର ପୁଅ ଗନ୍ଧମ୍ ଭୁବନ

ମାଉଣ୍ଟ ଏଲବ୍ରସରେ ସର୍ବକନିଷ୍ଠ ଆରୋହୀ : ୫୬୪୨ ମିଟର ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଆନ୍ଧ୍ର ପୁଅ ଗନ୍ଧମ୍ ଭୁବନ

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ କୁର୍ନୁଲର ଜଣେ ୮ ବର୍ଷର ବାଳକ ଭାରତ ପାଇଁ ଆଣିଛନ୍ତି ଗୌରବ । ୟୁରୋପର ସାତଟି ଶିଖର ମଧ୍ୟରୁ ଗୋଟିଏ ମାଉଣ୍ଟ ଏଲବ୍ରୁସ୍ ଶିଖରକୁ ଯାଇ ଜାତୀୟ ପତାକା ଉଡାଇ ଭାରତ ପାଇଁ ଗୌରବ ଆଣିପାରିଛନ୍ତି । ଏଲବ୍ରୁସ୍ ଆରୋହଣ କରିବାରେ ଗନ୍ଧମ ଭୁବନ ଜୟ ସର୍ବକନିଷ୍ଠ ଆରୋହୀର ମାନ୍ୟତା ପାଇଛନ୍ତି । ଗନ୍ଧମ ଭୁବନ ଜୟ ସେପ୍ଟେମ୍ବର ୧୮ ରେ ଏହି ସଫଳତା ହାସଲ କରିଥିଲେ । ତାଙ୍କ ସହ ଏଲବ୍ରୁସ୍ ଶିଖରରେ ପହଂଚିଥିଲେ ଭାଇଜାଗର ଆନ୍ମିସ ବର୍ମା ଓ ଅନନ୍ତପୁରର କେ. ଶଙ୍କରିଆ । ଶିଖରରେ ପହଞ୍ଚି ଭୁବନ ଗର୍ବର ସହିତ ତ୍ରିରଙ୍ଗା ପ୍ରଦର୍ଶନ କରିଥିଲେ ଯେଉଁଥିରେ ଗୋଟିଏ ପାର୍ଶ୍ୱରେ ସମ୍ବିଧାନର ପ୍ରସ୍ତାବନା ଏବଂ ଅନ୍ୟ ପଟେ ବି .ଆର. ଆମ୍ବେଦକରଙ୍କ ଚିତ୍ର ଥିଲା ।

ମାଉଣ୍ଟ ଏଲବ୍ରୁସ୍ ୟୁରୋପର ସେହି ୭ଟି ଶିଖର ମଧ୍ୟରୁ ଅନ୍ୟତମ ଯାହାର ଆରୋହଣ ଅତି ଜଟିଳ । ଏଥିପାଇଁ ପର୍ବତାରୋହୀଙ୍କୁ ଶାରୀରିକ ଚାପ ସାମ୍ନା କରିବାକୁ ପଡେ । ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟର କ୍ରୀଡା କୋଚ୍ ।ଙ୍କରାୟାଙ୍କ ଠାରୁ ତାଲିମ ନେବା ପରେ ଭୁବନ ନିଜ ଟିମ ସହ ମାଉଣ୍ଟ ଏଲବ୍ରୁସ୍ ଶୃଙ୍ଗ ବିଜୟୀ ହୋଇଛନ୍ତି । ଶିଖରରେ ପହଂଚି ତ୍ରିରଙ୍ଗା ଉଡାଇଛନ୍ତି ଭୁବନ ଜୟ । ଏପରି ଏକ ଦୁଃସାହସିକ ଅଭିଯାନରେ ପୂର୍ଣ୍ଣ ସମର୍ଥନ ଦେଇ ମନୋବଳ ଦୃଢ କରିଥିବାରୁ ପ୍ରଥମେ ନିଜ କୋଚଙ୍କ ସହ ତାଙ୍କ ବାପା ଗନ୍ଧମ ଚନ୍ଦ୍ରୁଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନନ୍ତପୁର ଜିଲ୍ଲପାଳ ।ପ୍ରତ୍ୟେକ ଅଭିଭାବକ ନିଜ ପିଲାମାନଙ୍କର ସଦିଚ୍ଛାକୁ ଗୁରୁତ୍ୱ ଦେଇ ଏହାକୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ ବାର୍ତ୍ତା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe