ଆଠ ବର୍ଷର ଅଦ୍ଭୁତ ବାଳିକା, ଏକ ମହତ ଉଦ୍ଦେଶ୍ୟ ସହିତ ୨୧ଟି ପାହାଡ ଚଢ଼ି ଦେଶରେ ଖ୍ୟାତି ଅର୍ଜନ କରିଛନ୍ତି । ଜାଣନ୍ତୁ ଏହା ପଛର କାରଣ ।

32

ଯେଉଁ ବୟସରେ ସାଧାରଣତଃ ଛୁଆମାନେ ଖେଳକୁଦ ମସ୍ତି କରୁଥିବେ । ସେହି ବୟସରେ ଏକ ପରିପକ୍ୱତା ବ୍ୟକ୍ତି ବିଶେଷ ଚିନ୍ତାଧାରା ନେଇ କୁନି ପିଲାଟି ହାସଲ କରିଛି ଅସମ୍ଭବ କୃତିତ୍ୱ । ଛତିଶଗଡର ଆଠ ବର୍ଷର କୁନି ଝିଅ ଏଡବିନା କାନ୍ତ ଦେଶର ବିିଭିନ୍ନ ପର୍ବତକୁ ଶୀର୍ଷକୁ ଚଢ଼ି ଅପୂର୍ବ ସଫଳତା ହାସଲ କରିଛନ୍ତି । ପାଖାପାଖି ୨୧ଟି ଉଚ୍ଚ ପର୍ବତକୁ ଚଢ଼ି ଦୁନିଆକୁ ଏକ ପରିପକ୍ୱ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ସଂକଳ୍ପ ବଦ୍ଧ ଅଛନ୍ତି ଏଡବିନା । ଦିନକୁ ଦିନ ଭାରତରେ ଶିଶୁ କନ୍ୟା ହତ୍ୟା ବଢ଼ିବାରେ ଲାଗୁଥିବା ବେଳେ ଏହାକୁ ରୋକିବା ପାଇଁ ଏଭଳି ପ୍ରୟାସ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆପଣଙ୍କ ଦୃଢ଼ ସଙ୍କଳ୍ପ ଏବଂ ପ୍ରତିବଦ୍ଧତା ହିଁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚିବାର ମୂଳ ଚାବିକାଠି । ଦେଶର କିଛି ଲୋକଙ୍କ ମନରେ ଥିବା କୁତ୍ସିତ ଚିନ୍ତାଧାରା ଯେ ଝିଅ ପରିବାରର ଭବିଷ୍ୟତକୁ ଉଜ୍ୱଳ କରିପାରିବ ନାହିଁ କେବଳ ପୁଅ ହିଁ କରିପାରିବ । ଏଭଳି ଚିନ୍ତାଧାରା ଯୋଗୁଁ ଅନେକ ସମୟରେ ଶିଶୁ କନ୍ୟା ହତ୍ୟା ସମ୍ବନ୍ଧିତ ଖବର ଆପଣମାଙ୍କ ଅବଗତ ହେଉଥିବ । ଏଭଳି ଚିନ୍ତାଧାରା କିଭଳି ରୋକି ହେବ ଏହାକୁ ନେଇ ଆଠ ବର୍ଷର ଝିଅ ଏଡବିନା ଏକ ଉଦ୍ଦେଶ୍ୟରେ ସଙ୍କଳ୍ପ ବଦ୍ଧ । ତେଣୁ ଦେଶର ବିଭିନ୍ନ ଉଚ୍ଚ ପର୍ବତର ଶୀର୍ଷକୁ ଚଢ଼ି ବେଟି-ବଚାଓ ଓ ବେଟି ବଢ଼ାଓ ବାର୍ତ୍ତା ଦେବାରେ ଲାଗିଛନ୍ତି ।

ଏଡବିନା ୭ଟି ରାଜ୍ୟର ପାଖାପାଖି ୨୧ଟି ପର୍ବତ ଚଢ଼ିଥିବା ସଫଳତା ଅର୍ଜନ କରିଛନ୍ତି । ବର୍ତ୍ତମାନ ଆଉ ଏକ ସଫଳତା ଆଡକୁ ଅଗ୍ରସର ହେଉଛନ୍ତି ଏହି ଆଠ ବର୍ଷର ବାଳିକା । ୭ଟି ପର୍ବତ ପରେ ଏବେ ସବୁଠାରୁ ଉଚ୍ଚ କୋରବା ପର୍ବତ ଯାହାର ସର୍ବନିମ୍ନ ତାପମାତ୍ରା ୪୩ଡିଗ୍ରୀ ସେଲସିୟସ ହିଁ ରହିଥାଏ ତାହାରି ଶୀର୍ଷକୁ ଚଢ଼ି ଇତିହାସ ରଚିବା ପାଇଁ ପ୍ରୟାସ ଜରୁଛନ୍ତି । ଏଡବିନାଙ୍କ ବାପା ରାମକୁମାର କାନ୍ତଙ୍କ କହିବା ଅନୁସାରେ ଏଡବିନା କେବଳ ବେଟି ବଚାଓ , ବେଟି ବଢ଼ାଓ ଉଦ୍ଦେଶ୍ୟ ନେଇ ବିଶ୍ୱର ସର୍ବୋଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟକୁ ଚଢ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ସେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସହିତ ଆର୍ଥିକ ସହାୟତା ପାଇଁ ଖୁବ ଶୀଘ୍ର ସାକ୍ଷାତ କରିବେ । ପୂର୍ବରୁ କେନ୍ଦ୍ରସରକାର ଏଡବିନାଙ୍କୁ ବେଟି ବଚାଓ-ବେଟି ବଢ଼ାଓ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର କରିଛନ୍ତି । ତାଙ୍କର ଏଭଳି ପ୍ରତିବଦ୍ଧତା ଏବଂ ମହତ ଉଦ୍ଦେଶ୍ୟ ଦେଶବାସୀଙ୍କୁ ଗର୍ବିତ କରିଛି ।