କନକ ବ୍ୟୁରୋ : ବିହାରରେ ବିଜେପି ଓ ନୀତିଶ ମେଣ୍ଟ ସରକାର ଗଲା, ପୁଣି ନୀତିଶ ଓ ଲାଲୁଙ୍କ ମେଣ୍ଟ ସରକାର ଆସିଲା । ହେଲେ ନା ବିହାରରେ ଥମୁଛି ନକଲି ମଦ କାରବାର ନା ଥମିବାର ନାଁ ନେଉଛି ବିଷାକ୍ତ ମଦମୃତ୍ୟୁ । କିଛିଦିନର ନିରବତା ପରେ ପୁଣି ବିହାରବାସୀ ନକଲି କିମ୍ବା ବିଷାକ୍ତ ମଦପିଇ ମୃତ୍ୟୁବରଣ କରିଛନ୍ତି । ସୂଚନା ମୂୁତାବକ ବିହାରର ମୋତିହାରୀ ଠାରେ ବିଷାକ୍ତ ମଦପିଇ ୮ଜଣଙ୍କର ମୃତ୍ୟୁ ହୋଇଛି । ମୋତିହାରୀର ଲକ୍ଷ୍ମୀପୁର, ପହାଡପୁର, ହରସିଦ୍ଧ ଅଞ୍ଚଳରେ ବିଷାକ୍ତ ମଦପିଇ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୫ରୁ ଅଧିକ ଲୋକଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Advertisment

ବିଷାକ୍ତ ମଦମୃତ୍ୟୁକୁ ନେଇ କିଛିଦିନ ତଳେ ବିହାର ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରାଯାଇଥିଲା । ସାରଣ ଜିଲ୍ଲାରେ ଗତବର୍ଷ ବିଷାକ୍ତ ମଦପିଇ ୪୦ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ମାନବାଧିକାର ଆୟୋଗଙ୍କର ଏକ ରିପୋର୍ଟକୁ ନେଇ ବିଜେପି ଓ ନୀତିଶ କୁମାରଙ୍କ ମଧ୍ୟରେ ଜୋରଦାର ବୟାନବାଜୀ ହୋଇଥିଲା । ମାନବାଧିକାର ଆୟୋଗଙ୍କ ଏହି ରିପୋର୍ଟରେ ବିଷାକ୍ତ ମଦମୃତ୍ୟୁ ପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରାଯାଇଥିଲା ।