କନକ ବ୍ୟୁରୋ : ଚଳିତ ବର୍ଷ ଧନୁଆ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୮ଦିନ ପରେ ବି ବନ୍ୟା ପରିସ୍ଥିତିର ଭୟାଭୟତା ଏବେବି ଲାଗିରହିଛି । ବନ୍ୟାର ତାଜା ସ୍ଥିତି ପରଖିବା ପାଇଁ ପାଦେପାଦେରେ ଥିବା ବିପଦକୁ ଖାତିରି ନକରି ଅନ୍ଧାର ରାତିରେ ଗ୍ରାଉଣ୍ଡଜିରୋରେ ପହଂଚିଥିଲା କନକନ୍ୟୁଜ । ଧନୁଆ ନଦୀରେ ଆସିଥିବା ବନ୍ୟାଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ନିମାପଡ଼ା ବ୍ଲକର ବାମନାଳ ପଞ୍ଚାୟତ ।
ବାମନାଳ ପଞ୍ଚାୟତର ୧୪ନଂ ୱାର୍ଡ ଅଧିନ ଦାସସାହି,ପଣ୍ଡାସାହି ଓ ସାହୁସାହିର ଅବସ୍ଥା ପୁରା ସଙ୍ଗୀନ ହୋଇପଡ଼ିଛି । ଗାଁଦାଣ୍ଡରେ ଏବେବି ଆଣ୍ଠୁଏ ଉଚ୍ଚରେ ବନ୍ୟା ଜଳ ଲହଡ଼ି ଭାଙ୍ଗୁଛି । ୮ଦିନ ହେବ ଏମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସରକାରଙ୍କ ତରଫରୁ ପଞ୍ଚାୟତକୁ ୪ଟି ମୋଟର ବୋଟ ଦିଆଯାଇଥିଲେ ମଧ୍ୟ ଏହାର ସୁବିଧା ଗ୍ରାମବାସୀମାନେ ପାଉନଥିବା ଅଭିଯୋଗ କରିଛନ୍ତି । ସରକାରୀ ସହାୟତା ମିଳିପାରିନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/23-1.jpg)