ଶ୍ରଦ୍ଧା ଓ ଉତ୍ସାହର ସହ ସାରାଦେଶରେ ଇଦ୍ ପାଳିତ । ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଇସଲାମ ଧର୍ମାବଲମ୍ବୀ

73

କନକ ବ୍ୟୁରୋ : ସାରା ଦେଶରେ ଇଦ୍ ପର୍ବ ପାଳିତ ହୋଇଛି । ଭାଇଚାରାର ପର୍ବ ପାଳନ କରିଛନ୍ତି ମୁସଲିମ୍ ଧର୍ମାବଲମ୍ବୀ । ନୂଆଦିଲ୍ଲୀ ଜାମା ମସଜିଦ ସମ୍ମୁଖରେ ମୁସଲିମ୍ ଭାଇ-ଉଉଣୀ ମାନେ ଏକତ୍ରିତ ହୋଇ ସମୂହ ପ୍ରାର୍ଥନା କରିବା ସହ ପରସ୍ପରକୁ ଶୁଭେଛା ଜଣାଇଛନ୍ତି । ଇଦର ଅବସରରେ ନୂଆ ପୋଷାକ ପିନ୍ଧିବା ସହିତ ମିଠା ବାଂଟିଛନ୍ତି ମୁସଲିମ୍ ସମ୍ପ୍ରଦାୟର ଲୋକେ । ଜାମା ମସଜିଦ୍ ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି । ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ନୂଆଦିଲ୍ଲୀ ପାର୍ଲାମେଂଟ ଷ୍ଟ୍ରିଟରେ ମଧ୍ୟ ଇଦର ମାହୋଲ ଦେଖିବାକୁ ମିଳିଛି । ସମସ୍ତେ ଏକାଠି ହୋଇ ନମାଜ ପାଠ କରିବା ସହ ପରସ୍ପରକୁ ଶୁଭେଛା ଜଣାଇଛନ୍ତି । ବିଭିନ୍ନ ଦଳର ନେତା ଓ ସାଂସଦ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି  ।