କନକ ବ୍ୟୁରୋ: ସରିଲା ଏକମାସର ରୋଜା । ଆଜି ମୁସଲମାନ ସଂପ୍ରଦାୟ ପାଳନ କରୁଛନ୍ତି ଇଦ୍ । ଏଥିପାଇଁ ଘରେ ଘରେ ପ୍ରସ୍ତୁତି ହୋଇଛି । କରୋନା ଯୋଗୁଁ ମସଜିଦରେ ସମୂହ ନମାଜ ପାଠ ଉପରେ କଟକଣା ଜାରି କରାଯାଇଛି । ଘରେ ଘରେ ହିଁ ମୁସଲମାନ ଇଦ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଆଜି ଇଦ୍ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା ।
ଆଜି ପବିତ୍ର ଇଦ୍ । ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏକ ବଡ ପର୍ବ । ଆଜିର ଇଦ୍ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ବେଳା ଉପବାସ ରହି ସଂଧ୍ୟାରେ ରୋଜା ପାଳନ କରିଆସୁଥିଲେ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି ସମୟରେ ଦାନଧର୍ମ କରିବାକୁ ସମସ୍ତେ ନିଷ୍ପତି ନେଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/ID-750x430.jpg)