କନକ ବ୍ୟୁରୋ: ପାକିସ୍ତାନରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞ ଗୌରବ ଆଲୁୱାଲିଆଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ହଇରାଣ ହକରତ କରୁଥିବା ଘଟଣା ସାମ୍ନାକୁ ଆସିଛି । ଏପରିକି ଇସଲାମାବାଦସ୍ଥିତ ଆଲୁୱାଲିଆଙ୍କ ଘର ଆଗରେ କିଛି ଲୋକଙ୍କୁ ମୁତୟନ କରିଛି ଆଇଏସଆଇ । ସେମାନେ କାର ଓ ବାଇକ ସହ ଘର ଆଗରେ ପହରା ଦେଉଛନ୍ତି ।
ଗୌରବ ଆଲୁୱାଲିଆଙ୍କୁ ଡରାଇବାକୁ ଉଦ୍ୟମ କରାଯାଇ ତାଙ୍କ କାର ପଛରେ ବାଇକ ବି ପିଛା କରିଛନ୍ତି । ଜୁନ ୨ ତାରିଖରେ ଏହି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଖବର ଅନୁସାରେ, ଆଲୁୱାଲିଆ ବାହାରିବା ସମୟରେ ଘର ଆଗରେ କାର ଓ ବାଇକରେ ଠିଆ ହୋଇଥିବା ଆଇଏସଆଇର ଲୋକ ପିଚ୍ଛା କରିଥିଲେ । ପାକିସ୍ତାନରେ ଭାରତୀୟ କୂଟନୀତିଜ୍ଞ ଙ୍କୁ ହଇରାଣ ହରକତ କରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଆଲୁୱାଲିଆଙ୍କୁ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା ।
Follow Us