କନକ ବ୍ୟୁରୋ: ପାକିସ୍ତାନରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞ ଗୌରବ ଆଲୁୱାଲିଆଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ହଇରାଣ ହକରତ କରୁଥିବା  ଘଟଣା ସାମ୍ନାକୁ ଆସିଛି । ଏପରିକି ଇସଲାମାବାଦସ୍ଥିତ ଆଲୁୱାଲିଆଙ୍କ ଘର ଆଗରେ କିଛି ଲୋକଙ୍କୁ  ମୁତୟନ  କରିଛି ଆଇଏସଆଇ ।  ସେମାନେ  କାର ଓ ବାଇକ ସହ ଘର ଆଗରେ ପହରା ଦେଉଛନ୍ତି ।

Advertisment

ଗୌରବ ଆଲୁୱାଲିଆଙ୍କୁ ଡରାଇବାକୁ ଉଦ୍ୟମ କରାଯାଇ ତାଙ୍କ କାର ପଛରେ ବାଇକ ବି ପିଛା କରିଛନ୍ତି । ଜୁନ ୨ ତାରିଖରେ ଏହି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଖବର ଅନୁସାରେ,  ଆଲୁୱାଲିଆ ବାହାରିବା ସମୟରେ ଘର ଆଗରେ କାର ଓ ବାଇକରେ ଠିଆ ହୋଇଥିବା ଆଇଏସଆଇର ଲୋକ  ପିଚ୍ଛା କରିଥିଲେ । ପାକିସ୍ତାନରେ  ଭାରତୀୟ କୂଟନୀତିଜ୍ଞ ଙ୍କୁ ହଇରାଣ ହରକତ କରିବା କିଛି ନୂଆ କଥା ନୁହେଁ ।  ପୂର୍ବରୁ ମଧ୍ୟ ଆଲୁୱାଲିଆଙ୍କୁ ମଧ୍ୟ  ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା ।