ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ମିଶରର ରାଷ୍ଟ୍ରପତି, ଉଭୟ ଦେଶ ମଧ୍ୟରେ ସଂପର୍କ ହେବ ମଜବୁତ

103

କନକ ବ୍ୟୁରୋ : ୨୦୨୩ ଜାନୁଆରୀ ୨୬ ତାରିଖରେ ଦେଶରେ ପାଳିତ ହେବାକୁ ଥିବା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତେହ ଅଲ ସିସୀ ଯୋଗଦେବେ   । ଏନେଇ ଭାରତ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଭାରତର ଏଭଳି ପଦକ୍ଷେପ ମିଶର ସହ ରାଜନୈତିକ ଓ ସେନା ସମ୍ବନ୍ଧୀୟ ସଂପର୍କକୁ ମଜବୁତ କରିବ ବୋଲି କୁହାଯାଇଛି । ଏହାସହ ଭାରତ ଏହି ପ୍ରମୁଖ ଆଫ୍ରିକୀୟ ଦେଶ ପର୍ଯ୍ୟନ୍ତ ନିଜର ସଂପର୍କ ମଜବୁତ ହୋଇପାରିବ । ଅନ୍ୟପଟେ ଚଳିତ ବର୍ଷ ଉଭୟ ଦେଶ କୂଟନୈତିକ ସଂପର୍କ କ୍ଷେତ୍ରରେ ୭୫ ତମ ବର୍ଷ ପାଳନ କରିବାକୁ ଯାଉଛନ୍ତି ।

ଚଳିତ ବର୍ଷ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଂକର ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂ ମିଶର ଗସ୍ତ କରିସାରିଛନ୍ତି । ଏହି କ୍ରମରେ ଉଭୟ ମିଶର ରାଷ୍ଟ୍ରପତିଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ସନ୍ଦେଓ ଦେଇଥିଲେ । ଏହାସହ ମିଶର ରାଷ୍ଟ୍ରପତି ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ଆସିବା ପରେ ଉଭୟ ଦେଶ ମଧ୍ୟରେ ସଂପର୍କ ଆହୁରି ମଜବୁତ ହୋଇପାରେ ।

ରକ୍ଷାମନ୍ତ୍ରୀ ରାଜନାଥ ସିଂ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ମିଶର ଗସ୍ତ କରିଥିଲେ । ଏହି କ୍ରମରେ ସେନା କ୍ଷେତ୍ରକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଗସ୍ତବେଳେ ରାଜନାଥ ସିଂ ମିଶରର ରକ୍ଷାମନ୍ତ୍ରୀ ଜେନେରାଲ ମହମ୍ମଦ ଜାକିଙ୍କ ସହ ଭେଟି ଥିଲେ ।