କନକ ବ୍ୟୁରୋେ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଛି ବଡ ଖବର । ଋଷକୁ ୪୦ ହଜାର ରକେଟ ପଠାଇବ ଇଜିପ୍ଟ । ରକେଟ୍ ସହ ଅନ୍ୟାନ୍ୟ ଗୁଳାବାରୁଦ, ଅସ୍ତ୍ରଶସ୍ତ୍ର ପଠାଇବା ନେଇ ଲିକ୍ ହୋଇଥିବା ଆମେରିକା ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି । ଏନେଇ ଇଜିପ୍ଟ ରାଷ୍ଟ୍ରପତି ଆବଡେଲ ଫତାହ ଇଆ-ସିସି ଦେଶର ଟପ୍ ମିଲିଟାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଇଜିପ୍ଟ ଏସବୁ ରକେଟ୍ ନିର୍ମାଣ କରିବା ସହ ଋଷ ପଠାଇବା ନେଇ ୱାସିଙ୍ଗ୍ଟନ୍ ପୋଷ୍ଟ ରିପୋର୍ଟ କରିଛି । ଋଷ ୟୁକ୍ରେନ ସହ ଯୁଦ୍ଧରେ ଏସବୁ ଅସ୍ତ୍ରଶସ୍ତ୍ର ବିନିଯୋଗ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଯଦି ଇଜିପ୍ଟ ଏଭଳି କରେ ଆମେରିକା ସହ ଇଜିପ୍ଟ ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ମଧ୍ୟ ପୂର୍ବ ଏବଂ ଉତର ଆଫ୍ରିକା ସମ୍ପର୍କକୁ ମଧ୍ୟ ଇଜିପ୍ଟର ଏଭଳି ପ୍ରଭାବିତ କରିବ । ଋଷକୁ କୌଣସି ଦେଶ ଖୋଲୋଖୋଲି ଭାବେ ସାମରିକ ସହାୟତା ଦେଉନଥିବାରେ ଇଜିପ୍ଟ ପ୍ରଥମ ରାଷ୍ଟ ଭାବେ ଋଷରୁ ମିଲିଟାରୀ ସହାୟତା କରିବ । ଗତ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇଜିପ୍ଟ ଗସ୍ତ କରିବା ସହ ରାଷ୍ଟ୍ରପତି ଇଆଇ-ସିସିଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସବୁ ପରେ ଇଜିପ୍ଟ ଋଷକୁ ସହାୟତା କରିବାକୁ ନିଷ୍ପତି ନେଇଛି । ବିପଦ ସମୟରେ ପୂର୍ବରୁ ଇଜିପ୍ଟକୁ ଋଷ ସହାୟତା କରିଥିଲା । ଯୁଦ୍ଧ ଏବଂ କୋଭିଡ ମହାମାରୀ ଯୋଗୁ ଇଜିପ୍ଟରେ ଖାଦ୍ୟ ସଙ୍କଟ ଦେଖାଯାଇଥିଲା । ଏହି ସମୟରେ ଋଷ ଇଜିପ୍ଟକୁ ଗହମ ପଠାଇଥିଲା । ଋଷ ସହାୟତା କରିଥିବାରୁ ଇଜିପ୍ଟ ମଧ୍ୟ ଋଷକୁ ସହାୟତା କରିବାକୁ ନିଷ୍ପତି ନେଇଥିବା ଇଜିପ୍ଟ ମିଲିଟାରି ପ୍ରଡକ୍ସନର ଷ୍ଟେଟ୍ ମିନିଷ୍ଟର କହିଛନ୍ତି ।