ସୋସିଆଲ୍ ମିଡିଆରେ ଧୁମ୍ ମଚାଇଲା “ଏଗ୍ସ କେଜରୀୱାଲ୍” ! ଲୋକ କହିଲେ ଅନଶନ କିମ୍ବା ଧାରଣା ପୂର୍ବରୁ ଏହି ଡିସ୍ କୁ ଖାଇଲେ ଚଳିବ ତ ?

104

ଲୋକପ୍ରିୟ ସେଫ୍ ସଂଜୀବ୍ କପୁର୍ ନିଜ ଟୁଇଟର୍ ହ୍ୟାଣ୍ଡଲ୍ ରେ କିଛି ଏଭଳି ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ନେଇ ସୋସିଆଲ୍ ମିଡିଆରେ ଲୋକମାନେ ଖୁବ୍ ମଜା ଉଠାଉଛନ୍ତି । ସେ ଏକ ସ୍ୱାଦିଷ୍ଟ ଡିସ୍ ପ୍ରସ୍ତୁତ କରି ଟୁଇଟର୍ ରେ ସେୟାର୍ କରିଛନ୍ତି ଯାହାର ନାଁ ସେ “ଏଗ୍ସ କେଜରୀୱାଲ୍” ରଖିଛନ୍ତି । ଜଣେ ୟୁଜର୍ ଏହି ଡିସ୍ କୁ ଦେଖି କହିଛନ୍ତି ଯେ ଏହି ଡିସ୍ ଖାଇ କାଶ ହେବନି ତ? ଏହାକୁ ଧାରଣା,ଅନଶନ କିମ୍ବା ମୋର୍ଚ୍ଚା ପୂର୍ବରୁ ବୋଧେ ଖାଇବା ପାଇଁ ପ୍ରସ୍ତୁତ କରାଯାଇଛି । ଅନ୍ୟ ଜଣେ ୟୁଜର ଟୁଇଟରରେ ଲେଖିଲେ ଯେ ସାର୍ କ’ଣ ଏହି ଡିସ୍ ୟୁ-ଟର୍ଣ୍ଣ ମାରିଥାଏ?

ଏହି ପୋଷ୍ଟକୁ ଦେଖି ଆଉ ଜଣେ ୟୁଜର ଲେଖିଲେ , “ସଂଜୀବ ଆଗକୁ ମୁଲାୟମ୍ ଚିକେନ୍ .. ମମତା ଫିସ୍ କରୀ ଡିସ୍ ର ଅପେକ୍ଷା ରହିଲା । କେଜରୀୱାଲଙ୍କ ନାମ ଏହି ଡିସ୍ ସହିତ ଜଡିତ ହେବା ପରେ ଏହି ଡିସ୍ ଖୁବ୍ ଲୋକପ୍ରିୟ ହୋଇସାରିଛି । ଅଣ୍ଡାରେ ପ୍ରସ୍ତୁତ ହୋଇଥିବା ଏହି ଡିସ୍ ସହ ଅରବିନ୍ଦ କେଜରିୱାଲଙ୍କ କୌଣସି ସଂବନ୍ଧ ନଥିବା କଥା ମଧ୍ୟ ସଂଜୀବ କହିଥିଲେ ।