କନକ ବ୍ୟୁରୋ: ବୌଦ୍ଧରେ ଖୋଲିଲା ଅଣ୍ଡା ଦୋକାନ । ସହରର ବିଭିନ୍ନ ସ୍ଥାନରେ ସ୍ୱାଭାବିକ ଭାବେ ଅଣ୍ଡା ଦୋକାନ ଖୋଲିଛି । ଗତକାଲି ଏହି ସବୁ ଅଣ୍ଡା ଦୋକାନ ବନ୍ଦ ଥିଲା । କୁହାଯାଉଥିଲା, ଫାଇଭ୍-ଟି ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଣ୍ଡା ଦୋକାନ ଗୁଡ଼ିକ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ୫ଟି ସଚିବ ଗସ୍ତ ପାଇଁ ପ୍ରଶାସନ ଏଭଳି ଆଗୁଆ ପଦକ୍ଷେପ ନେଇଥିବା କୁହାଯାଇଥିଲା ।

Advertisment

ଏସବୁ ଭିତରେ ବୌଦ୍ଧ ଜିଳ୍ଲା ଗସ୍ତ ବେଳେ ଫାଇଭ-ଟି ସଚିବଙ୍କ ଗାଡ଼ି ଉପରେ ଆଣ୍ଡ ମାଡ଼ ଭଳି ଘଟଣା ସାମ୍ନାକୁ ଆସିଥିଲା । କଂଗ୍ରେସ କର୍ମୀମାନେ ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଥିଲା । ବୌଦ୍ଧ ଗସ୍ତ ପୂର୍ବରୁ ସୋନପୁର ଗସ୍ତରେ ଥିଲେ ଫାଇଭ-ଟି ସଚିବ, ସେଠି ମଧ୍ୟ ଆପ୍ କର୍ମକର୍ତମାନେ ସଚିବଙ୍କ କାରକେଡକୁ ଅଣ୍ଡାମାଡ଼ କରିଥିଲେ ।