ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ ସହ କଳାପତକା ପ୍ରଦର୍ଶନ । ନିଜ ନିର୍ବାଚନ ମଣ୍ଡଳୀରେ ହଟହଟା ହେଲେ ମନ୍ତ୍ରୀ । 

172

କନକ ବ୍ୟୁରୋ : ନିଜ ନିର୍ବାଚନମଣ୍ଡଳୀରେ ହଟହଟା ହେଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମିଶ୍ରଣ ପର୍ବରେ ଯୋଗ ଦେବାକୁ ଯାଉଥିବା ବେଳେ କଲେଜ ଛକ ନିକଟରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ ସହିତ କଳା ପତାକା ପ୍ରଦର୍ଶନ କରାଯାଇଛି । ବିରୋଧୀ ବିଜେପି ଏହି ଅଣ୍ଡାମାଡ କରିଥିବା ସୂଚନା ରହିଛି ।

ମନ୍ତ୍ରୀ ଯାଉଥିବା ଗାଡିରେ ବିଜେଡି ସାଗଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ମଧ୍ୟ ଉପସ୍ଥିତ ଥଲେ । ଉଭୟ ଯାଉଥିବା ଗାଡି ଉପରକୁ ବିଜେପି କର୍ମୀ ଅଣ୍ଡାମାଡ କରିଛନ୍ତି । ଏହା ପରେ ଘଟଣାସ୍ଥଳରେ ବିଜେପି ଓ ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ଗିରଫ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ ଏବଂ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି ।