ଡିଆଁ ରୋଗ ଭଳି ଦଳକୁ ଦଳ ଡେଇଁଲା ଅଣ୍ଡାମାଡ଼ । କଂଗ୍ରେସ ଓ ବିଜେପି ପରେ ବିଜେଡି ବି କଲା ଅଣ୍ଡାମାଡ଼ ।

156

କନକ ବ୍ୟୁରୋ : ରାଜନୈତିକ ଦଳମାନଙ୍କ ପାଇଁ ଏବେ ପ୍ରତିବାଦର ନୂଆ ଫଣ୍ଡା ପାଲଟିଛି ଅଣ୍ଡାମାଡ । ପୂର୍ବରୁ କଂଗ୍ରେସ ଓ ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ ବିରୋଧ କରି ଅଣ୍ଡାମାଡ କରୁଥିଲେ । ଏବେ ସେହି ରାସ୍ତାରେ ଯାଇ କେନ୍ଦ୍ରାପଡାରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡା ମାଡ କରିଛି ବିଜେଡି ।

ବିଜେପି କର୍ମୀମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶନିବାର ଦିନ ଅଣ୍ଡାମାଡ କରିଥିଲେ । ଆଉ ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେଡି କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି । କୁହାଯାଉଛି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଶନିବାର ବିଜେପି କର୍ମୀମାନେ ଅଣ୍ଡାମାଡ କରିବା ପରେ, ତାର ଜବାବ ଦେବାକୁ ଯାଇ ବିଜେଡି କର୍ମୀମାନେ ରବିବାର କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଆଉ କେନ୍ଦ୍ରପଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ଅଣ୍ଡାମାଡ କରିଛନ୍ତି ।

ଏକାମ୍ର କଲେଜରେ ହାଇଭୋଲଟେଜ୍ ଡ୍ରାମା । ମୁହାଁମୁହଁ ବିଜେପି ଓ ବିଜେଡି କର୍ମୀ । ରାଜ୍ୟ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ଜାରି ରଖିଛନ୍ତି ବିରୋଧୀ । ମନ୍ତ୍ରୀ ଅଶୋକ ପଣ୍ଡା ଏକାମ୍ର କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବା ପୂର୍ବରୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି ବିଜେପି କର୍ମୀ । ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିଛନ୍ତି । ବିଜେପିର ବିକ୍ଷୋଭ ଯୋଗୁ ମନ୍ତ୍ରୀ ବିଳମ୍ବରେ କାର୍ଯ୍ୟକ୍ରମକୁ ଆସିଥିଲେ ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଜାରି ରଖିଛନ୍ତି ଆନ୍ଦୋଳନ । ହେଲେ ଶାସକ ଦଳ ମନ୍ତ୍ରୀଙ୍କ ପଛରେ ଦୃଢ଼ ଭାବରେ ଛିଡା ହୋଇଛି । ଏହାର ପ୍ରତିବାଦରେ ରାଜ୍ୟର ମନ୍ତ୍ରୀମାନେ ଯୁଆଡେ ଯାଉଛନ୍ତି, ସବୁଆଡେ ଅଣ୍ଡାମାଡ କରୁଛନ୍ତି ବିଜେପି ଓ କଂଗ୍ରେସ କର୍ମୀ ।