ପରିବହନ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ: କଳାପତାକା ପ୍ରଦର୍ଶନ କଲେ ବିଜେପି କର୍ମୀ

119

କନକ ବ୍ୟୁରୋ: ନୂଆପଡା ତରବୋଡରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ । ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ କଲେ ବିଜେପି କର୍ମୀ । ବିଏସକେୱାଇ କାର୍ଡ ବାଣ୍ଟିବାକୁ ଗଲାବେଳେ ପ୍ରତିବାଦ । ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଜୋରଦାର ପ୍ରତିବାଦ କରୁଛନ୍ତି ବିରୋଧୀ ।

କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତକୁ ମଧ୍ୟ ଜୋରଦାର ବିରୋଧ କରାଯାଇଥିଲା । ମମିତା ମାମଲାରେ ଏବେ ଓଡିଶା ଉଠୁଥିବା ପଡୁଥିବା ବେଳେ ରାଜନୀତିକୁ ପୁଣି ଫେରିଛି ଅଣ୍ଡାମାଡ । ଅକ୍ଟୋବର ୧୯ ତାରିଖରେ ମନ୍ତ୍ରୀ ଦିବ୍ୟଶଙ୍କର ବାସଭବନକୁ ଅଣ୍ଡାମାଡ଼ ହୋଇଥିଲା । ଏହାପରେ ଅକ୍ଟୋବର ୩୧ ତାରିଖରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ କରିଥିଲେ ବିରୋଧୀ ।

ସେହିପରି ୭ ନଭେମ୍ବରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼, ୮ ନଭେମ୍ବରରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରେ, ସେହିଦିନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଗାଡି ଉପରକୁ ମଧ୍ୟ ଅଣ୍ଡାମାଡ ହୋଇଥିଲା । ଆଜି ପୁଣି ପରିବାହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି ବିରୋଧୀ ।