କନକ ବ୍ୟୁରୋ: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡାମାଡ । ବୌଦ୍ଧରେ କଚେରୀ ଛକରେ ହୋଇଛି ଅଣ୍ଡାମାଡ । ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା ରହିଛି । ଦିନିକିଆ ବୈଦ୍ଧ ଗସ୍ତରେ ଅଛନ୍ତି ୫ଟି ସଚିବ । ସେହିପରି ଆଜି ବିଜେପି ମଧ୍ୟ ବିରୋଧ କରିଛି । କଂଟାମାଲ ବ୍ଲକ ଗସ୍ତରେ ଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଥିଲେ । ବିଜେପି କର୍ମୀମାନେ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେବା ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଯେଉଁଥି ପାଇଁ ପୁଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲା । ଏହାପୂର୍ବରୁ ଗତକାଲି ସୁବର୍ଣ୍ଣପୁରରେ ଆପ୍ କର୍ମୀ ସଚିବଙ୍କ ଗାଡିକୁ ଅଣ୍ଡାମାଡ କରିଥଲେ । ପରେ ଦଳୀୟ କର୍ମୀଙ୍କ ଏପରି କାମକୁ ନିନ୍ଦା କରିଥିଲା ଓଡିଶା ଆପ୍ ।
ବୌଦ୍ଧରେ ଫାଇଭ-ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ: ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା
/kanak/media/post_attachments/wp-content/uploads/2023/07/6_00000.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)