ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ । ବାଣପୁରରେ ବିରୋଧୀଙ୍କ ଅଣ୍ଡାମାଡ଼ । ଘଟଣାସ୍ଥଳରେ ଉତ୍ତେଜନା, ଥାନାରେ ମାମଲା

152

କନକ ବ୍ୟୁରୋ: ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । ଚା’ ଖଟିକୁ ଯାଇଥିବା ବେଳେ ବାଣପୁର ବିଷରପାଟଣା ଛକରେ ତାଙ୍କୁ ବିରୋଧ କରିଛନ୍ତି ବିରୋଧୀ । ପୂର୍ବତନ ବିଧାୟକଙ୍କ ଉପରକୁ ଆକ୍ରମଣ କରିବା ସହ ଅଣ୍ଡାମାଡ଼ କରିଛନ୍ତି ବିରୋଧୀ । ତେବେ ଘଟଣା ସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇଛି । ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ।