ମହାଲିଙ୍ଗ କଲେଜ ଦୁର୍ନୀତି ଚପାଇବାକୁ ଉଦ୍ୟମ ନେଇ ଚର୍ଚ୍ଚା ! ଅଚାନକ ବାତିଲ ହେଲା ଗୋଲାମୁଣ୍ଡା ବିଡିଓଙ୍କ ବଦଳି ନିର୍ଦ୍ଦେଶ

Advertisment
ମହାଲିଙ୍ଗ କଲେଜ ଦୁର୍ନୀତି ଚପାଇବାକୁ ଉଦ୍ୟମ ନେଇ ଚର୍ଚ୍ଚା ! ଅଚାନକ ବାତିଲ ହେଲା ଗୋଲାମୁଣ୍ଡା ବିଡିଓଙ୍କ ବଦଳି ନିର୍ଦ୍ଦେଶ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ କଲେଜକୁ ନେଇ ନାନା ବିବାଦ ଭିତରେ ଏକ ସରକାରୀ ନିଷ୍ପତିକୁ ନେଇ ପ୍ରଶ୍ନ ଉଠିଛି । ମମିତା ହତ୍ୟା ମାମଲାରେ ଗିରଫ ଗୋବିନ୍ଦ ସାହୁଙ୍କ ଏହି କଲେଜକୁ ମାଳମାଳ ସରକାରୀ ଯୋଜନାର ଅନୁଦାନ ଆସୁଥିଲା । ଯାହାକୁ ନେଇ ତମ୍ବିତୋଫାନ ଚାଲିଛି । ଆଉ ଏକିତିବେଳେ ଅଟକି ଯାଇଛି ଗୋଲାମୁଣ୍ଡା ବିଡିଓଙ୍କ ବଦଳି ନିର୍ଦ୍ଦେଶ । କୁହାଯାଉଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ୨୦୧୮ ମସିହାରେ ବଦଳି ହୋଇ ଆସିଥିଲେ । ଏଠାରେ ୫ ବର୍ଷ ରହଣୀ ପରେ ତାଙ୍କୁ କଳାହାଣ୍ଡି ଜିଲ୍ଲା ସିଡିଏମଓଙ୍କ କାର୍ଯ୍ୟାଳୟରେ ପ୍ରାଶାସନିକ ଅଧିକାରୀ ଭାବେ ବଦଳି କରାଯାଇଥିଲା । କିନ୍ତୁ ଗତ ଶନିବାର ହଠାତ ବିଡିଓଙ୍କ ବଦଳିକୁ ବାତିଲ କରାଯାଇଛି । ତାଙ୍କ ବଦଳିକୁ ଅଟକାଇବା ପଛରେ କାହାର ଚାପ ରହିଛି ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସେହପରି କଲେଜକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ପୁଳାପୁଳା ଅନୁଦାନ ମିଳିଥିବା ଅଭିଯୋଗ ମଧ୍ୟ ରହିଛି । କୁହାଯାଉଛି ଡବ୍ଲୁଓଡିସି ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଆଇଏଏସ ପ୍ରେମାନିଧି ସେଠ ସିଇଓ ଭାବେ ପ୍ରାୟ ୩ ବର୍ଷ କାର୍ଯ୍ୟ କରିଥିଲେ । ସେହି ସମୟରେ ମହାଲିଙ୍କ କଲେଜକୁ ଡବ୍ଲୁଓଡିସି ପାଣ୍ଠିରୁ ବହୁ ପରିମାଣରେ ଅନୁଦାନ ଆସିଥିବା କୁହାଯାଉଛି । ତେବେ ବର୍ତମାନ ସେ ଅବସର ନେଇସାରିଥିବେବେଳେ ତାଙ୍କୁ ପୁଣି କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ୪ ବର୍ଷ ପାଇଁ ନିଯୁକ୍ତି ମିଳିଛି । ଆଉ ଏହା ପଛରେ ମଧ୍ୟ ପ୍ରଭାବଶାଳୀଙ୍କ ସୁପାରିଶ ରହିଥିବା କଥା ଚର୍ଚ୍ଚା ହେଉଛି ।

ସୂଚାନରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ୨୦୧୮ ମସିହାରେ ବଦଳି ହୋଇ ଆସିଥିଲେ। ୫ବର୍ଷ ରହଣି ପରେ କିଛିଦିନ ତଳେ ତାଙ୍କୁ କଳାହାଣ୍ଡି ଜିଲ୍ଲା ସିଡିଏମ୍‌ଓ କାର୍ଯ୍ୟାଳୟରେ ପ୍ରାଶାସନିକ ଅଧିକାରୀ ଭାବେ ବଦଳି ହୋଇଥିଲ‌ା। କିନ୍ତୁ ଶନିବାର ହଠାତ୍‌ ଗୋଲାମୁଣ୍ଡା ବିଡିଓଙ୍କ ବଦଳିକୁ ବାତିଲ କରାଯାଇଛି। ଏହା ସ୍ଥାନୀୟ ମନ୍ତ୍ରୀ ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନିଜ ନିର୍ବାଚନମଣ୍ଡଳୀ ହୋଇଥିବା ଯୋଗୁଁ ସୁପାରିସ ହୋଇଥିବା ଅଭିଯୋଗ ହୋଇଛି। ମହାଲିଙ୍ଗ କଲେଜ୍‌ରେ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି। ବହୁ ଦୁର୍ନୀତିର କେଳେଙ୍କାରୀ ବି ସାମ୍ନାକୁ ଆସିଛି। ଏହାକୁ ଚପାଇବା ପାଇଁ ମନ୍ତ୍ରୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ , ଡବ୍ଲ୍ୟୁଓଡିସି ପାଣ୍ଠିରୁ ମଧ୍ୟ କୋଟି କୋଟି ଟଙ୍କା ଅନୁଦାନ ମହାଲିଙ୍ଗ କଲେଜ୍‌କୁ ଆସିଛି। ଡବ୍ଲ୍ୟୁଡିସି ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରେମାନିଧି ସେଠ ସିଇଓ ଭାବେ ୩ବର୍ଷ କାର୍ଯ୍ୟ କରିଥିଲେ। ସେହି ସମୟରେ ମଧ୍ୟ ମହାଲିଙ୍ଗ କଲେଜକୁ ଡବ୍ଲ୍ୟୁଓଡିସି ଅନୁଦାନ ବହୁ ପରିମାଣରେ ଆସିଛି। ବର୍ତ୍ତମାନ ପ୍ରେମାନିଧି ସେଠ ଅବସର ଗ୍ରହଣ କରିଛନ୍ତି। ମହାଲିଙ୍ଗ କଲେଜ୍‌ ଘଟଣାକୁ ନେଇ ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ରାଜ୍ୟ ସରକାର ଗତ ୨୨ ତାରିଖରେ ପ୍ରେମାନିଧିଙ୍କୁ କଳାହାଣ୍ଡି ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍‌ ସଦସ୍ୟ ଭାବରେ ୪ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସୁପାରିସକ୍ରମେ କୁଆଡ଼େ ଏହି ନିଯୁକ୍ତି ଦିଆଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି। ଏହି ଦୁଇଟି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe