ତାଳସାହି ପାହାଡରେ ନିଆଁ, ଆୟତ୍ତ ପାଇଁ ବନ ବିଭାଗର ଉଦ୍ୟମ ଜାରି

ତାଳସାହି ପାହାଡରେ ନିଆଁ, ଆୟତ୍ତ ପାଇଁ ବନ ବିଭାଗର ଉଦ୍ୟମ ଜାରି

କନକ ବ୍ୟୁରୋ: ହୁତ ହୁତ ହୋଇ ଜଳୁଛି ଜଙ୍ଗଲ । ଦିନେ କି ଦୁଇ ଦିନ ନୁହେଁ ୭ରୁ ୮ ଦିନ ହେଲା ଜଙ୍ଗଲରେ ନିଆଁ ଲାଗି ଗଛପତ୍ର ପୋଡି ପାଉଁଶ ହୋଇଗଲାଣି । ରଣପୁର ବରଡା ଗାଁ ନିକଟ ତାଳସାହି ପାହାଡରେ ଭୟାବହ ନିଆଁ । କିଛି ଦିନ ହେଲା ଗାଁର ଲୋକଙ୍କ ସହ ବନବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ହେଲେ ସେହି ନିଆଁ କୁହୁଳି କୁହୁଳି ଏବେ ପୁଣି ଜୋରରେ ଧରିଛି । ପବନ ବହୁଥିବା ବେଳେ ଏହି ନିଆଁ କୁହୁଳି ସବୁଆଡେ ବ୍ୟାପିବାରେ ଲାଗିଛି । ଜଙ୍ଗଲ ନିଆଁ ବଢୁଥିବାରୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ । ନିଆଁ କୁହୁଳି ବ୍ୟାପିବାରେ ଲାଗିଥିବା ବେଳେ ଏବେ ସୁଦ୍ଧା ଆୟତ୍ତ କରାଯାଇପାରୁନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe