କନକ ବ୍ୟୁରୋ: ଗୁଜରାଟର ତାପି ଅଞ୍ଚଳରେ ଏକ ବିରଳ ପ୍ରେମ କାହାଣୀ ଲୋକଲୋଚନକୁ ଆସିଛି। ପ୍ରେମୀଯୁଗଳଙ୍କ ଆତ୍ମହତ୍ୟାର ୬ ମାସ ପରେ ଉଭୟ ପରିବାର ସେମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଉଭୟଙ୍କର ବିବାହ କରାଇଛନ୍ତି।

Advertisment

ସୂଚନା ମୁତାବକ, ତାପି ଅଞ୍ଚଳର ଗଣେଶ ଓ ରଞ୍ଜନା ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଥିଲେ। କିନ୍ତୁ ଉଭୟଙ୍କ ପରିବାରର ଏଥିରେ ସମ୍ମତି ନ ଥିଲା। ଶେଷରେ ନିରାଶ ହୋଇ ପ୍ରେମୀଯୁଗଳ ୨୦୨୨ ଅଗଷ୍ଟ ମାସରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାପରେ ଉଭୟଙ୍କ ପରିବାର ନିଜର ଭୁଲ ବୁଝିପାରି ଅନୁତାପ କରିଥିଲେ ଏବଂ ମୃତକଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଉଭୟଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ପାରମ୍ପରିକ ବିଧି ଅନୁସାରେ ମୂର୍ତ୍ତିଦ୍ବୟର ବିବାହ କରାଇଥିଲେ। ଝିଅର ଜେଜେବାପା ଭୀମସିଂହ ପାଦ୍ବୀଙ୍କ କହିବା ଅନୁସାରେ ପୁଅଟି ହେଉଛି ତାଙ୍କର ଦୂର ସମ୍ପର୍କୀୟ। ସେଥିପାଇଁ ସେମାନେ ବିବାହ ପ୍ରସ୍ତାବରେ ରାଜି ନ ଥିଲେ। କିନ୍ତୁ ଏହାକୁ ନେଇ ସେମାନେ ଆତ୍ମହତ୍ୟା କରିଦେବେ ବୋଲି ସେମାନେ ଜାଣି ନ ଥିଲେ।